ETV Bharat / state

ଡ୍ରଗ ମାଫିଆ ରାଜା ଘରେ ଚଢ଼ାଉ; 2ଟି କାର, ସିସିଟିଭି ଜବତ - ବାଲେଶ୍ବର ସହର ଅରଡ଼ବଜାର ମସଜିଦ୍‌

ବାଲେଶ୍ବର ଏସ୍‌ପି ବି. ଯୁଗଳ କିଶୋରଙ୍କ ତତ୍ତ୍ବାବଧାନରେ ଏକ ସ୍ପେଶାଲ ସ୍କ୍ବାଡ୍‌ ଅନ୍ତରାଷ୍ଟ୍ରୀୟ ନିଶା ମାଫିଆ ସେକ୍‌ ରାଜାର ଅରଡ଼ବଜାର ମସଜିଦ୍‌ ଗଳିରେ ଥିବା ଘରେ ଚଢାଉ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 18, 2019, 11:37 PM IST

ବାଲେଶ୍ବର: ଅନ୍ତରାଷ୍ଟ୍ରୀୟ ନିଶା ମାଫିଆ ସେକ୍‌ ରାଜା ଘରେ ବାଲେଶ୍ବର ଏସ୍‌ପି ବି. ଯୁଗଳ କିଶୋରଙ୍କ ତତ୍ତ୍ବାବଧାନରେ ଏକ ସ୍ପେଶାଲ ସ୍କ୍ବାଡ୍‌ ଚଢାଉ କରିଛି । ଏହାସହ ଏହି ଟିମ ଡ୍ରଗ କାରବାରରେ ଲିପ୍ତ ଥିବା ବିଭିନ୍ନ ମାଫିଆଙ୍କ ଘରେ ମଧ୍ୟ ଚଢ଼ାଉ କରିଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର ସହର ଅରଡ଼ବଜାର ମସଜିଦ୍‌ ଗଳିରେ ଥିବା ରାଜାର ଘରେ ଚଢ଼ାଉ କରାଯାଇଛି । ମନୋଜ ରାଉତଙ୍କ ନେତୃତ୍ତ୍ବରେ ରେମୁଣା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଏହି ଚଢ଼ାଉ କରିଥିଲେ । ପୋଲିସକୁ ଦେଖି ସେଠାରେ ରହୁଥିବା ରାଜାର ଭାଉଜ ସନୱାର ବିବି ‌ସେଠାରୁ ଛୁ ମାରିଥିଲେ । ତେବେ ରାଜାର ଘରେ ଲାଗିଥିବା ସିସି କ୍ୟାମେରା ଗୁଡ଼ିକୁ ପୋଲିସ ଜବତ କରିଥିବା ଜଣାପଡ଼ିଛି ।

ଏହାପରେ ତେଲେଙ୍ଗାସାହି ସ୍ଥିତ ଏକ ଆପାର୍ଟମେଣ୍ଟରେ ରାଜା କିଣିଥିବା 106 ନଂ ଫ୍ଲାଟ୍‌ରେ କାମ ଚାଲିଥିବା ଖବର ପାଇ ସ୍ପେଶାଲ ସ୍କ୍ବାଡ୍‌ ସେଠାରେ ପହଞ୍ଚି ଖାନ୍‌ତଲାସୀ କରିଥିଲେ । ଏହାପରେ ଆପାର୍ଟମେଣ୍ଟ ଲୋକଙ୍କୁ ଡାକି ଉକ୍ତ ଫ୍ଲାଟ୍‌ର କାମ ବନ୍ଦ କରିବାକୁ ପୋଲିସ କହିବା ସହ ସେଠାରେ ରାଜା ରଖିଥିବା ଦୁଇଟି ଚାରିଚକିଆ ଗାଡ଼ି (ଓଡି-୦୧ଭି-୮୭୮୬ ଓ ଓଡି-୦୧ଏଡି-୧୮୯୦)କୁ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି ।

ଏଠାରେ ସୂଚନାଥାଉ ଯେ, ଅନ୍ତରାଷ୍ଟ୍ରୀୟ ନିଶା ମାଫିଆ ସେକ୍‌ ରାଜାକୁ ଏସ୍‌ଟିଏଫ୍‌ ଗତ ୧୬ ତାରିଖରେ ଭୁବନେଶ୍ବରରୁ ଗିରଫ କରିଥିଲା । ଏବେ ତାକୁ ୭ ଦିନିଆ ରିମାଣ୍ଡରେ ନିଆଯାଇଥିବା ବେଳେ ରାଜାର ନିଶା ସାମ୍ରାଜ୍ୟକୁ ସମୂଳେ ଧ୍ବଂସ କରିବା ପାଇଁ ବିଭିନ୍ନ ସ୍ଥାନରେ ଥିବା ତାର ଲିଙ୍କ୍‌ର ଖୋଳତାଡ଼ କରାଯାଉଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଅନ୍ତରାଷ୍ଟ୍ରିୟ ନିଶାମାଫିଆ ସେକ୍‌ ରାଜାକୁ ଏସ୍‌ଟିଏଫ୍‌ ଗତ ୧୬ ତାରିଖରେ ଭୁବନେଶ୍ବରରୁ ଗିରଫ କରିଥିଲା। ଏବେ ତାକୁ ୭ ଦିନିଆ ରିମାଣ୍ଡରେ ନିଆଯାଇଥିବା ବେଳେ ରାଜାର ନିଶା ସାମ୍ରାଜ୍ୟକୁ ସମୂଳେ ଧ୍ବଂସ କରିବା ପାଇଁ ବିଭିନ୍ନ ସ୍ଥାନରେ ଥିବା ତାର ଲିଙ୍କ୍‌ର ଖୋଳତାଡ଼ କରାଯାଉଛି।
ବାଲେଶ୍ବର ଏସ୍‌ପି ବି. ଯୁଗଳ କିଶୋରଙ୍କ ତତ୍ତ୍ବାବଧାନରେ ଗଠନ ହୋଇଥିବା ଏକ ସ୍ପେଶାଲ ସ୍କ୍ବାଡ୍‌ ଆଜି ମଧ୍ୟ‌ାହ୍ନରେ ବାଲେଶ୍ବର ସହର ଅରଡ଼ବଜାର ମସଜିଦ୍‌ ଗଳିରେ ଥିବା ରାଜାର ମୂଳ ଘରେ ଚଢ଼ଉ କରିଥିଲା। ଏହାସହ ଡ୍ରଗ କାରବାରରେ ଲିପ୍ତ ଥିବା ବିଭିନ୍ନ ମାଫିଆଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା। ମନୋଜ ରାଉତଙ୍କ ନେତୃତ୍ୱରେ ରେମୁଣା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ସେଠାରେ ରହୁଥିବା ରାଜାର ଭାଉଜ ସନୱାର ବିବି ‌ସେଠାରୁ ଛୁ ମାରିଥିଲେ। ତେବେ ରାଜାର ଘରେ ଲାଗିଥିବା ସିସି କ୍ୟାମେରାଗୁଡ଼ିକୁ ପୁଲିସ ଜବତ କରି ଆଣିଥିବା ଜଣାପଡ଼ିଛି। ଏହାପରେ ତେଲେଙ୍ଗାସାହି ସ୍ଥିତ ଏକ ଆପାର୍ଟମେଣ୍ଟରେ ରାଜା କିଣିଥିବା 106ନଂ ଫ୍ଲାଟ୍‌ରେ କାମ ଚାଲିଥିବା ଖବର ପାଇ ସ୍ପେଶାଲ ସ୍କ୍ବାଡ୍‌ ସେଠାରେ ଯାଇ ପହଞ୍ଚି ଖାନ୍‌ତଲାସୀ କରିଥିଲେ। ଏହାପରେ ଆପାର୍ଟମେଣ୍ଟ ଲୋକଙ୍କୁ ଡାକି ଉକ୍ତ ଫ୍ଲାଟ୍‌ର କାମ ବନ୍ଦ କରିବାକୁ ପୁଲିସ କହିବା ସହ ସେଠାରେ ରାଜା ରଖିଥିବା ଦୁଇଟି ଚାରିଚକିଅା ଗାଡ଼ି(ଓଡି-୦୧ଭି-୮୭୮୬ ଓ ଓଡି-୦୧ଏଡି-୧୮୯୦)କୁ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.