ବାଲେଶ୍ଵର: ଧରାବତରଣ କରିଛନ୍ତି ମହିଷାମର୍ଦ୍ଦିନୀ ମା' । ଜଗତଜନନୀ ମା' ଦୁର୍ଗାଙ୍କ ଆବାହନ ପାଇଁ ସବୁଠି ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ପଲ୍ଲୀଠୁ ସହର ସବୁଠି ପାରମ୍ପରିକ ପୂଜାର୍ଚ୍ଚନା, ଯଜ୍ଞ ସହ ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି । ଏହି କ୍ରମରେ ପୀଠରେ ମା' ନବମୀ ପୂଜା ପାଉଥିବାବେଳେ ମଣ୍ଡପରେ ଚାଲିଛି ମା'ଙ୍କ ମହାଷ୍ଟମୀ ପୂଜାର୍ଚ୍ଚନା । ଚଳିତ ବର୍ଷ ବାଲେଶ୍ବର ଜିଲ୍ଲା ପଢୁଆଁପଦାରେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି । ଏଥିପାଇଁ ପୂଜାମଣ୍ଡପକୁ ବେଶ ଆକର୍ଷଣୀୟ ଭାବେ ସଜାଯାଇଛି । ମା'ଙ୍କ ମହାଷ୍ଟମୀ ପୂଜାରେ ମଣ୍ଡପରେ ଭୋଗ ଡାଲା ନେଇ ଭକ୍ତମାନେ ଲମ୍ବା ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ତେବେ କିପରି ରହିଛି ମଣ୍ଡପର ଅନ୍ୟାନ୍ୟ ପ୍ରସ୍ତୁତି ସେ ନେଇ ଅଧିକ ସୂଚନା ଦେଇଛନ୍ତି ବାଲେଶ୍ବର ସମ୍ବାଦଦାତା ଜୀବନ ଜ୍ୟୋତି ନାୟକ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ