ETV Bharat / state

‘ରାଜ୍ୟ ମତ୍ସ୍ୟଶିଳ୍ପ ପ୍ରତି ସରକାରଙ୍କ ନିଘା ନାହିଁ’ - ଲେଶ୍ବର ମତ୍ସ୍ୟଜୀବୀ

ଚିନ୍ତାରେ ବାଲେଶ୍ବର ଜିଲ୍ଲା ମତ୍ସ୍ୟଜୀବୀ ସଂଘ । ସେମାନେ ବିଭିନ୍ନ ଅସୁବିଧା ଦେଇ ଗତି କରୁଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ପାଇପାରୁନାହାଁନ୍ତି ହକ । ଏଭଳି ଅଭିଯୋଗ ଆଣିଛି ଟ୍ରଲର ମାଲିକ ସଂଘ ତଥା ଜିଲ୍ଲା ମତ୍ସ୍ୟଜୀବୀ ସଂଘ । ଏନେଇ ମତ୍ସ୍ୟବିଭାଗ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 5, 2019, 9:38 PM IST

ବାଲେଶ୍ବର: ଦୟନୀୟ ଅବସ୍ଥାରେ ଜିଲ୍ଲାର ଟ୍ରଲର ଶିଳ୍ପ । ଚିନ୍ତାରେ ମତ୍ସ୍ୟଜୀବୀ । ଅନ୍ୟ ରାଜ୍ୟରେ ମତ୍ସ୍ୟ ଶିଳ୍ପକୁ ବଞ୍ଜାଇବା ପାଇଁ ସମସ୍ତ ସୁବିଧା ଥିବା ବେଳେ ଓଡିଶା ମତ୍ସ୍ୟଜୀବୀ ଏଥିରୁ ବଞ୍ଚତ ହେଉଛନ୍ତି । ଏଭଳି ଅଭିଯୋଗ ଆଣିଛି ବାଲେଶ୍ବର ଜିଲ୍ଲା ମତ୍ସ୍ୟଜୀବୀ ସଂଘ ତଥା ଟ୍ରଲର ମାଲିକ ସଂଘ । ଏନେଇ ଟ୍ରଲର ମାଲିକ ସଂଘ ପକ୍ଷରୁ ଚାନ୍ଦିପୁର ବଳରାମଗଡ଼ି କାର୍ଯ୍ୟାଳୟରେ ଏକ ସାମ୍ମାଦିକ ସମ୍ମିଳନୀ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଏହି କ୍ରମରେ ଟ୍ରଲର ଶିଳ୍ପ ଦୟନୀୟ ଅବସ୍ଥାରେ ଗତି କରୁଥିବା ନେଇ କର୍ମକର୍ତ୍ତା ଓ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଓଡ଼ିଶା ଉପକୂଳରେ ବସବାସ କରୁଥିବା ପ୍ରାୟ ୧୦ଲକ୍ଷ ମତ୍ସ୍ୟଜୀବୀଙ୍କ ପରିବାର ଏହି ଶିଳ୍ପ ଉପରେ ନିର୍ଭର କରି ଜୀବନ ଯାପନ କରୁଥିଲେ ମଧ୍ୟ ଏହା ସରକାର ଦୃଷ୍ଟି ଆକର୍ଷଣ କରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଅନ୍ୟ ରାଜ୍ୟରେ ମତ୍ସ୍ୟ ଶିଳ୍ପକୁ ବଞ୍ଚାଇବା ପାଇଁ ଡିଜେଲ ଲିଟର ପିଛା ୧୦ରୁ ୧୫ଟଙ୍କା ଟ୍ୟାକ୍ସ ଛାଡ଼କରି ରିହାତି ଦେଉଥିବା ବେଳେ ଏପର୍ଯ୍ୟନ୍ତ ଓଡ଼ିଶାରେ ମତ୍ସ୍ୟଜୀବୀ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ବହୁ ଦାବି ଉଠାଯାଇଥିଲା । ସେଥିମଧ୍ୟରୁ ମାଛଧରା ନିଷିଦ୍ଧାଞ୍ଚଳରେ ବୟାଁ ଦେଇ ସୀମା ନିର୍ଦ୍ଧାରଣ, ନିଷିଦ୍ଧାଞ୍ଚଳ ବାହାରେ ଅର୍ଥଲୋଭରେ ଓ ମତ୍ସ୍ୟଜୀବୀଙ୍କୁ ଉତ୍ପୀଡନ କରିବା ଉଦ୍ଦେଶ୍ୟରେ କରାଯାଉଥିବା ଟ୍ରଲର ଜବତ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି ।

ସେହିପରି ଜବତ ବୋଟ୍‌ର ଜିପିଏସ୍‌ରେ ଉକ୍ତ ସ୍ଥାନ ମାର୍କିଂ କରିଯାଉ । ବୋଟ୍‌ ଜବତ ପରେ ଡିଜେଲ ଓ ରାସନ୍‌ର ଜବତ ଲିଷ୍ଟ ମାଲିକ କିମ୍ବା ଷ୍ଟାଫ୍‌ଙ୍କୁ ତତକ୍ଷଣାତ୍‌ ହସ୍ତାନ୍ତର କରାଯାଉ ବୋଲି ଦାବି ଆଣିଛି । ବୋଟ୍‌ ଜବତ କରାଯିବା ପରେ ସମସ୍ତ ଷ୍ଟାଫ୍‌ଙ୍କୁ କୋର୍ଟ ଚାଲାଣ ପରିବେର୍ତ୍ତ ବୋଟ୍‌ ଜଗିବା ପାଇଁ ଅନ୍ତତଃ ଦୁଇଜଣ ଷ୍ଟାଫଙ୍କୁ ବୋଟ୍‌ରେ ଛଡ଼ାଯାଉ । ଏହାସହ ବନକର୍ମଚାରୀ ଜବତ କରୁଥିବା ବୋଟ୍‌ର ମାଛକୁ ମାଫିଆ ପରିବର୍ତ୍ତେ ଟ୍ରଲର ମାଲିକଙ୍କୁ ହସ୍ତାନ୍ତର କରାଯାଉ ଓ ଏକ ମାସ ମଧ୍ୟରେ ଟ୍ରଲରକୁ ଛାଡ଼ି ଦିଆଯାଉ । ଜବତ ବୋଟ୍‌ର କର୍ମଚାରୀମାନଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେବା ବନ୍ଦ କରାଯାଉ । ଅନ୍ୟପଟେ ଜବତ ବୋଟ ଗୁଡ଼ିକ ଉପଯୁକ୍ତ ସୁରକ୍ଷିତ ସ୍ଥାନରେ ରଖାଯାଉ ଆଦି ପ୍ରମୁଖ ଦାବି ହୋଇଛି।

ଏନେଇ ସଂଘ ପକ୍ଷରୁ ଡିଏଫ୍‌ଓ, ମତ୍ସ୍ୟବିଭାଗ ମନ୍ତ୍ରୀ ଓ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଆଗାମୀ ଦିନରେ ଏନେଇ କୌଣସି ପଦକ୍ଷେପ ନିଆନଗଲେ ଟ୍ରଲର ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଟ୍ରଲର ମାଲିକ ସଂଘ ପକ୍ଷରୁ ଚାନ୍ଦିପୁର ବଳରାମଗଡ଼ି କାର୍ଯ୍ୟାଳୟରେ ସଂଘର ସଭାପତି ନରେନ୍ଦ୍ର ବିହାରୀ ଦାସ ଓ ସଂପାଦକ ଗୋପାଳ ଚନ୍ଦ୍ର ରାଜଙ୍କ ନେତୃତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ବଳରାଗଡ଼ିଠାରୁ ନାଉପାଳଗଡି ପର୍ଯ୍ୟନ୍ତ ରାସ୍ତାର ଆଲୋକୀକରଣ ଓ ବଳରାମଗଡିର ଜଳ ଯୋଗାଣ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କର୍ମକର୍ତ୍ତା ଓ ସଭ୍ୟାମାନେ ଟ୍ରଲର ଶିଳ୍ପ ରୁଗୁଣ ଅବସ୍ଥାକୁ ଗତି କରୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଓଡ଼ିଶା ଉପକୂଳରେ ବସବାସ କରୁଥିବା ପ୍ରାୟ ୧୦ଲକ୍ଷ ମତ୍ସ୍ୟଜୀବିଙ୍କ ପରିବାର ଏହି ଶିଳ୍ପ ଉପରେ ନିର୍ଭର କରି ଜୀବନ ଯାପନ କରୁଥିଲେ ମଧ୍ୟ ଏହା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିନାହିଁ। ଅନ୍ୟ ରାଜ୍ୟରେ ମତ୍ସ୍ୟ ଶିଳ୍ପକୁ ବଂଚାଇବା ପାଇଁ ଡିଜେଲ ଲିଟର ପିଚ୍ଛା ୧୦ରୁ ୧୫ଟଙ୍କା ଟ୍ୟାକ୍ସ ଛାଡ଼କରି ରିହାତି ଦେଉଥିବା ଅବସ୍ଥାରେ ଏପର୍ଯ୍ୟନ୍ତ ଓଡ଼ିଶାରେ ମତ୍ସ୍ୟଜୀବି ଏହି ସୁବିଧାରୁ ବଂଚିତ ହେଉଛନ୍ତି। ମାଛଧରା ନିଷିଦ୍ଧାଞ୍ଚଳରେ ବୟାଁ ଦେଇ ସୀମା ନିର୍ଦ୍ଧାରଣ, ନିଷିଦ୍ଧାଞ୍ଚଳ ବାହାରେ ଅର୍ଥଲୋଭରେ ଓ ମତ୍ସ୍ୟଜୀବିଙ୍କୁ ଉତ୍ପୀଡନ କରିବା ଉଦ୍ଦେଶ୍ୟରେ କରାଯାଉଥିବା ଟ୍ରଲର ଜବତ ବନ୍ଦ କରାଯାଉ, ଜବତ ବୋଟର ଜିପିଏସ୍‌ରେ ଉକ୍ତ ସ୍ଥାନ ମାର୍କିଂ କରିଯାଉ, ବୋଟ ଜବତ ପରେ ଡିଜେଲ ଓ ରେସନ୍‌ର ଜବତ ଲିଷ୍ଟ ମାଲିକ କିମ୍ବା ଷ୍ଟାଫ୍‌ଙ୍କୁ ତତ୍‌କ୍ଷଣାତ୍‌ ହସ୍ତାନ୍ତର କରାଯାଉ, ବୋଟ ଜବତ କରାଯିବା ପରେ ସମସ୍ତ ଷ୍ଟାଫ୍‌ଙ୍କୁ କୋର୍ଟ ଚାଲାଣ ପରିବେର୍ତ୍ତ ବୋଟ ଜଗିବା ପାଇଁ ଅନ୍ତତଃ ଦୁଇଜଣ ଷ୍ଟାଫଙ୍କୁ ବୋଟରେ ଛଡ଼ାଯାଉ, ବନକର୍ମଚାରୀ ଜବତ କରୁଥିବା ବୋଟର ମାଛକୁ ମାଫିଆ ପରିବର୍ତ୍ତେ ଟ୍ରଲର ମାଲିକଙ୍କୁ ହସ୍ତାନ୍ତର କରାଯାଉ ଓ ଏକ ମାସ ମଧ୍ୟରେ ଟ୍ରଲରକୁ ଛାଡ଼ି ଦିଆଯାଉ, ଜବତ ବୋଟର କର୍ମଚାରୀମାନଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେବା ବନ୍ଦ କରାଯାଉ, ଜବତ ବୋଟ ଗୁଡ଼ିକ ଉପଯୁକ୍ତ ସୁରକ୍ଷିତ ସ୍ଥାନରେ ରଖାଯାଉ ଆଦି ପ୍ରମୁଖ ଦାବି ହୋଇଛି। ଏନେଇ ସଂଘ ପକ୍ଷରୁ ଡିଏଫ୍‌ଓ, ମତ୍ସ୍ୟବିଭାଗ ମସ୍ତ୍ରୀ ଓ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଆଗାମୀ ଦିନରେ ଏନେଇ କୌଣସି ପଦକ୍ଷେପ ନିଆନଗଲେ ଟ୍ରଲର ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.