ETV Bharat / state

ରାତି ପାହିଲେ ଉପନିର୍ବାଚନ, ବୁଥରେ ପୋଲିଂ କର୍ମଚାରୀଙ୍କ ପ୍ରସ୍ତୁତି - ବାଲେଶ୍ଵର ସଦର ଉପନିର୍ବାଚନ

ମଙ୍ଗଳବାର ବାଲେଶ୍ଵର ସଦର ଉପନିର୍ବାଚନ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ...

ବାଲେଶ୍ଵର ସଦର ଉପନିର୍ବାଚନ ପ୍ରସ୍ତୁତି
ବାଲେଶ୍ଵର ସଦର ଉପନିର୍ବାଚନ ପ୍ରସ୍ତୁତି
author img

By

Published : Nov 2, 2020, 3:34 PM IST

Updated : Nov 2, 2020, 6:02 PM IST

ବାଲେଶ୍ବର: ରାତି ପାହିଲେ ବାଲେଶ୍ଵର ସଦର ଉପନିର୍ବାଚନ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା 3 ତାରିଖ ଅର୍ଥାତ୍ ମଙ୍ଗଳବାର ଲୋକମାନେ ସେମାନଙ୍କର ମତ ସାବ୍ୟସ୍ତ କରିବେ । ଏନେଇ ବିଭିନ୍ନ ବୁଥରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି । ବୁଥ ଗୁଡିକରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ନିର୍ବାଚନ ମଣ୍ଡଳୀରେ ସମୁଦାୟ 346ଟି ମତଦାନ କେନ୍ଦ୍ର ହୋଇଛି । ସେଥିପାଇଁ 1800 ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ବୁଥ ଗୁଡିକରେ 1600 ପୋଲିଂ କର୍ମଚାରୀ ପହଞ୍ଚି ସାରିଛନ୍ତି ।

ରାତି ପାହିଲେ ଉପନିର୍ବାଚନ

ବାକି 200 ପୋଲିଂ କର୍ମଚାରୀ ରିଜର୍ଭ ରହିଛନ୍ତି । ଯଦି କୌଣସି ବୁଥରେ କିଛି ଅସୁବିଧା କିମ୍ବା କୋଭିଡ ସଂକ୍ରମଣ ହେବାର ନଜର ଆସେ, ସେମାନେ ତୁରନ୍ତ ଉକ୍ତ ବୁଥରେ ପହଞ୍ଚିବେ । ଏହାସହ ପୋଲିଂ କର୍ମଚାରୀଙ୍କ ପାଇଁ 2ହଜାର ପିପିଇ କିଟ, ଗ୍ଲୋବସ, ସାନିଟାଇଜର, ମାସ୍କ, ଫେସସିଲଡ଼ ଆଦିର ବ୍ୟବସ୍ଥା କରାଯାଇଛି ।

85 ଟି ଉତ୍ତେଜନା ପ୍ରବଣ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସିସିଟିଭି ବ୍ୟବସ୍ଥା କରାଯାଇଛି । ମତଦାନ ପୂର୍ବରୁ ଲୋକମାନଙ୍କର ଶରୀରର ଉତ୍ତାପ ମପାଯିବା ସହ ବୁଥ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Nov 2, 2020, 6:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.