ETV Bharat / state

ଜିଲ୍ଲାରେ କୋରୋନା ପଜିଟିଭି ଚିହ୍ନଟ ପରେ ତତ୍ପର ପ୍ରଶାସନ

author img

By

Published : Apr 18, 2020, 11:41 PM IST

ଜିଲ୍ଲାରେ ଜଣେ 58 ବର୍ଷୀୟ ବ୍ୟକ୍ତି କୋରୋନା ଦ୍ବାରା ସଂକ୍ରମିତ ଥିବା ଚିହ୍ନଟ ହେବା ପରେ ତତ୍ପର ହୋଇଛି ବାଲେଶ୍ବର ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ...

balesore latest news, corona positive in balesore, corona in balesore, coronavirus news, balesore district administration, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ବାଲେଶ୍ବରରେ କୋରୋନା ପଜିଟିଭ ଚିହ୍ନଟ, ବାଲେଶ୍ବରରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, ବାଲେଶ୍ବର ଜିଲ୍ଲା ପ୍ରଶାସନ
ଜିଲ୍ଲାରେ କୋରୋନା ପଜିଟିଭି ଚିହ୍ନଟ ପରେ ତତ୍ପର ପ୍ରଶାସନ

ବାଲେଶ୍ବର: ଜିଲ୍ଲାରେ ଜଣେ 58 ବର୍ଷୀୟ ବ୍ୟକ୍ତି କୋରୋନା ଦ୍ବାରା ସଂକ୍ରମିତ ଥିବା ଚିହ୍ନଟ ହେବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । ସମ୍ପୃକ୍ତ ବ୍ୟକ୍ତି ରହୁଥିବା ଅଞ୍ଚଳକୁ ଜିଲ୍ଲାପାଳ ଓ ଏସପି ପରିଦର୍ଶନ କରିବା ସହ ଅଞ୍ଚଳକୁ ସିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି । ସହରର ନେଳିଆବାଗ ଅଞ୍ଚଳରେ କୋରୋନା ରୋଗୀଙ୍କ ଘର ହୋଇଥିବା ଜଣା ପଡିବା ପରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ବାଉଁଶ ବାନ୍ଧି ସିଲ କରାଯାଉଥିବା ଦେଖିବାକୁ ମିଳିଛି ।

ଏହାସହ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଆଖପାଖ ଅଞ୍ଚଳକୁ ବଫର ଜୋନ ଭାବେ ଚିହ୍ନଟ କରାଯିବ ବୋଲି ମଧ୍ୟ ବୋଲି ସୂଚନା ମିଳିଛି । କଣ୍ଟେନମେଣ୍ଟ ଜୋନ ଅବଧି 48 ଘଣ୍ଟା ରହିବ । ଯେଉଁ ସମୟ ଭିତରେ ସେଠାକାର ଲୋକମାନଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇ ଦିଆଯିବା ସହ ଘରଘର ବୁଲି ସ୍ବାବ ନମୁନା ସଂଗ୍ରହ କରାଯିବ ।

ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନଥିବା ବେଳେ 19 ତାରିଖ ସକାଳୁ ଏହି ନିୟମ ଲାଗୁ କରାଯିବ ବୋଲି ସୂଚନା ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.