ବାଲେଶ୍ବର: ରାଜ୍ୟ ସରକାରଙ୍କ ଘୋଷଣା ପରେ ବାଲେଶ୍ବର ଜିଲ୍ଲାରେ କେଉଁ ସବୁ ଦୋକାନ ଖୋଲିବ ସେନେଇ ଜିଲ୍ଲା ପ୍ରଶାସନ ଜାରି କରିଛି ବିଜ୍ଞପ୍ତି । ଦୋକାନ ଖୋଲିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ କଣ୍ଟେନମେଣ୍ଟ ଅଞ୍ଚଳରେ ଦୋକାନ ଖୋଲା ହେବ ନାହିଁ ବୋଲି ସୂଚନା ଦିଆଯାଇଛି ।
ତେବେ ଜିଲ୍ଲାରେ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ସମେତ ପାଥୋଲାବ, ବିସ୍କୁଟ ଓ କେକ, ଫ୍ୟାନ ଓ ଚାଷ ଯନ୍ତ୍ରପାତି ମରାମତି ଦୋକାନ, ମୋବାଇଲ ରିଚାର୍ଜ ଦୋକାନ, ବହି ଦୋକାନ, ଗୋଖାଦ୍ୟ, ଜେରକ୍ସ ଦୋକାନ, ସିମେଣ୍ଟ ରଡ଼, ଚିପ୍ସ, କୀଟନାଶକ ଓ ଘରୋଇ ଉପକରଣ ଦୋକାନ ଆଦି ଖୋଲା ରହିବ । ଏଥିସହିତ ରେସ୍ତୋରାଁଗୁଡିକ କେବଳ ପାର୍ଶଲ ଓ ହୋମ ଡେଲିଭରି ପାଇଁ ଖୋଲିବ।
ସେପଟେ ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ। ତେବେ ଦୋକାନ ଖୋଲିବାର ସମୟ ସୀମା ସକାଳ 6 ରୁ ଦିନ 2ଟା ଯାଏଁ ନିର୍ଦ୍ଧାରିତ କରାଯାଇଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ