ETV Bharat / state

ପିଲାଙ୍କ ବଦଳରେ ଗାଈ ଖାଉଛନ୍ତି ଅଙ୍ଗନବାଡି ସୁଜି - ପ୍ରତିମାସ ହିତାଧିକାରୀ

ଅଙ୍ଗନବାଡି ପିଲାଙ୍କୁ ଦିଆଯାଉଥିବା ସୁଜି ହାଲୁଆ ପ୍ୟାକେଟ ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଅଭିଭାବକମାନେ ଅଭିଯୋଗ କରିବା ସହ ସେସବୁ ଗାଈଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ଅଧିକ ପଢନ୍ତୁ...

ପିଲାଙ୍କ ବଦଳରେ ଗାଈ ଖାଉଛନ୍ତି ଅଙ୍ଗନବାଡି ସୁଜି

author img

By

Published : Mar 12, 2020, 11:39 PM IST

ବାଲେଶ୍ଵର: ଜିଲ୍ଲା ପୌରପରିଷଦ ଅଧିନରେ ଥିବା ଅଙ୍ଗନବାଡି ପିଲାଙ୍କୁ ଦିଆଯାଉଥିବା ସୁଜି ହାଲୁଆ ପ୍ୟାକେଟ ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଅଭିଭାବକମାନେ ଅଭିଯୋଗ କରିବା ସହ ସେସବୁ ଗାଈଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ଅଙ୍ଗନବାଡି କେନ୍ଦ୍ରରେ ପିଲାମାନଙ୍କୁ ଅପପୃଷ୍ଟିରୁ ଦୂରରେ ରଖିବା ପାଇଁ ସରକାରୀ ସ୍ତରରେ ଚିନ୍ତା କରାଯାଉଥିବା ବେଳେ ଦାୟିତ୍ବରେ ଥିବା ସଂସ୍ଥା କିମ୍ବା ଗୋଷ୍ଠୀଙ୍କ କାର୍ଯ୍ୟକଳାପ ସନ୍ଦେହରେ ରହିଛି। କୁନିକୁନି ପିଲାମାନଙ୍କ ପାଇଁ ଦିଆଯାଉଥିବା ଛତୁଆ ଓ ହାଲୁଆର ମାନ କୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପିଲାଙ୍କ ବଦଳରେ ଗାଈ ଖାଉଛନ୍ତି ଅଙ୍ଗନବାଡି ସୁଜି

ବାଲେଶ୍ଵର ସହରର 117ଟି ଅଙ୍ଗନବାଡି କେନ୍ଦ୍ରରେ 4 ହଜାର 7ଶହରୁ ଉର୍ଦ୍ଧ୍ଵ ହିତାଧିକାରୀ ରହିଛନ୍ତି। ପ୍ରତିମାସ ହିତାଧିକାରୀମାନଙ୍କୁ ସରକାରୀ ନିୟମ ଅନୁସାରେ ସୁଜି, ଚିନି, ତେଲ ଓ ବେସନ ହାଲୁଆ ପ୍ରସ୍ତୁତ କରିବା ପାଇଁ ଦିଆଯାଉଥିଲା। ଗତ ଦୁଇମାସ ହେଲା ହାଲୁଆ ପ୍ୟାକେଟ ତିଆରି କରି ଦିଆଯାଉଛି। ଯେଉଁଥିରେ ସମସ୍ତ ଦ୍ରବ୍ୟର ସଠିକ ପରିମାଣ ରହୁ ନଥିବା ବେଳେ କଞ୍ଚା ସୁଜିରେ ଚିନି ମିଶାଯାଇ ଦିଆଯାଉଛି। ଯାହାଦ୍ବାରା ସୁଜିକୁ ଗରମ କଲେ ତାହା ପୋଡ଼ି ହୋଇଯାଉଛି ଓ ଥଣ୍ଡା ପାଣିରେ ମିଶାଇ ଖାଇଲେ କଞ୍ଚା ଲାଗୁଛି। ଏମିତି ପରିସ୍ଥିତିରେ କୁନିକୁନି ପିଲାମାନଙ୍କୁ କଞ୍ଚା ସୁଜି ଦେବାପାଇଁ ବାପାମା’ ଅରାଜି ହେଉଛନ୍ତି।

ଯେଉଁ ଖାଦ୍ୟ କିଶୋରଙ୍କ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ସେହିଖାଦ୍ୟ ଗୋରୁ ଗାଈଙ୍କୁ ଦେଉଥିବା ପିଲାଙ୍କ ମା’ ମାନେ କହିଛନ୍ତି। ଏ ବିଷୟରେ ହିତାଧିକାରୀମାନେ ଅଙ୍ଗନବାଡି କର୍ମୀଙ୍କୁ ପଚାରିବା ପରେ ସେ କହିଥିଲେ ଯେ, ଯାହା ସରକାରୀ ସ୍ତରରେ ଆସୁଛି ତାହା ଦିଆଯାଉଛି। ସୁଜିର ମାନ ପରୀକ୍ଷା କରିବା ପରେ ଅଙ୍ଗନବାଡି କର୍ମୀ ମଧ୍ୟ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯାହାକୁ ନେଇ ସିଡିପିଓ, ଡିଏସଡବ୍ଲୁଇଓ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁସାରେ ପ୍ରଶାସନିକ ସ୍ତରରେ ତଦନ୍ତ କରାଯାଇଛି ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଅଭିଯୋଗ ହୋଇଛି।

ସୁଜି ନିମ୍ନମାନର ହେବା ସହ ସରକାରୀ ନିୟମ ଅନୁସାରେ ପ୍ୟାକେଟ ଗୁଡିକର ଓଜନ କମ ରହୁଥିବା ହିତାଧିକାରୀ ମାନେ କହିଛନ୍ତି। ଏ ସମ୍ପର୍କରେ ସୁପରଭାଇଜରଙ୍କୁ ପଚାରିବାରୁ ତାଙ୍କ ପାଖରେ କେବଳ ଓଜନ ପରିମାଣ କମ ଥିବା ଅଭିଯୋଗ ହସ୍ତଗତ ହୋଇଛି, ଖାଦ୍ୟ ଉପଯୋଗୀ ବିଷୟରେ କୌଣସି ଅଭିଯୋଗ ଆସି ନଥିବା ସେ କହିଛନ୍ତି।ତେବେ କୋମଳମତୀ ଶିଶୁମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତର ଦାୟିତ୍ୱ ନେଇଥିବା ସମ୍ପୃକ୍ତ ମହିଳା ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନେହେଲେ ଅଙ୍ଗନବାଡିର କର୍ମୀମାନେ ହାଲୁଆ ପ୍ୟାକେଟ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.