ETV Bharat / state

ବାହାନଗା ଷ୍ଟେସନରେ ରହିବନି କୌଣସି ଟ୍ରେନ, CBI ତଦନ୍ତ ଜାରି - ଟ୍ରେନ ଦୁର୍ଘଟଣାର ଜାରି ରହିଛି ସିବିଆଇ ତଦନ୍ତ

ବାହାନଗା ଟ୍ରେନ ଦୁର୍ଘଟଣାର ଜାରି ରହିଛି ସିବିଆଇ ତଦନ୍ତ । ଦୁର୍ଘଟଣାର କାରଣ ଖୋଜୁଛି ସିବିଆଇ । ୨ ଦିନ ତଳେ ସିବିଆଇ ଟିମ୍‌ ଦ୍ବାରା ବାହାନଗା ଷ୍ଟେସନର ରିଲେ ରୁମ ତଦନ୍ତ ପାଇଁ ସିଲ୍ କରାଯାଇଥିଲା । ସେଥିପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାହାନଗା ରେଳ ଷ୍ଟେସନରେ କୌଣସି ଟ୍ରେନ ରହିବ ନାହିଁ ବୋଲି ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ କହିଛନ୍ତି । ଅଧିକ ପଢ଼ନ୍ତୁ

ବାହାନଗା ଷ୍ଟେସନରେ ରହିବନି କୌଣସି ଟ୍ରେନ
ବାହାନଗା ଷ୍ଟେସନରେ ରହିବନି କୌଣସି ଟ୍ରେନ
author img

By

Published : Jun 10, 2023, 7:57 PM IST

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ରେଳ ଦୁର୍ଘଟଣାର କାରଣ ଖୋଜୁଛି ସିବିଆଇ । ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି ସିବିଆଇ ଟିମ । ଦୁର୍ଘଟଣାସ୍ଥଳରେ ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ବାହାନଗା ଷ୍ଟେସନର ରିଲେ ରୁମ ଅନୁଧ୍ୟାନ କରିଥିଲା ସିବିଆଇର ଏହି ସ୍ବତନ୍ତ୍ର ଟିମ । ୨ ଦିନ ତଳେ ସିବିଆଇ ଟିମ୍‌ ଦ୍ବାରା ବାହାନଗା ଷ୍ଟେସନର ରିଲେ ରୁମ ତଦନ୍ତ ପାଇଁ ସିଲ୍ କରାଯାଇଥିଲା । ଏହାକୁ ନେଇ ବାହାନଗା ରେଳ ଷ୍ଟେସନରେ କୌଣସି ଟ୍ରେନ ରହିବ ନାହିଁ କିମ୍ବା କୌଣସି ଯାତ୍ରୀ ସେଠାରେ ଓହ୍ଲାଇବେ ନାହିଁ ବୋଲି କୁହାଯାଇଛି । ତେବେ ବାହାନଗା ବଜାର ଷ୍ଟେସନରୁ ପ୍ରତିଦିନ ହଜାର ହଜାର ରେଳଯାତ୍ରୀ ଯାତାୟତ କରୁଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବାହାନଗା ରେଳ ଷ୍ଟେସନରେ କୌଣସି ଟ୍ରେନ ରହିବାକୁ ନଥିବାରୁ ଟ୍ରେନରେ ଆସୁଥିବା ଯାତ୍ରୀ ସୋର କିମ୍ବା ବାଲେଶ୍ଵର ରେଳ ଷ୍ଟେସନରେ ଓହ୍ଲାଇ ପାରିବେ ବୋଲି କୁହାଯାଇଛି । ତଦନ୍ତ ପ୍ରକ୍ରିୟା ଶେଷ ନହେବା ଯାଏଁ ଏଭଳି ଟ୍ରେନ ରହଣୀକୁ ବାତିଲ କରାଯାଇଥିବା ଜଣାପଡ଼ିଛି । ଏନେଇ ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ କହିଛନ୍ତି, "ବାହାନଗା ବଜାର ଷ୍ଟେସନରେ କୌଣସି ମେମୁ, ଏକ୍ସପ୍ରେସ୍ ବା ପାସେଞ୍ଜର୍ ଟ୍ରେନ୍ ରହିବନି । ଏଠାରେ ସିବିଆଇ ଟିମ୍ ତଦନ୍ତ କରୁଥିବାରୁ ରିଲେ ରୁମ୍‌ ସିଲ୍ କରାଯାଇଛି । ଏଥିପାଇଁ ବାହାନଗା ବଜାର ଷ୍ଟେସନରେ କୌଣସି ଟ୍ରେନ୍ ରହିବ ନାହିଁ ।" ପରବର୍ତ୍ତୀ ଆଦେଶ ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ସେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆସନ୍ତା ଦୁଇ ଦିନ ପାଇଁ 36 ଟ୍ରେନ ବାତିଲ, 3ଟି ଟ୍ରେନର ଗତିପଥ ପରିବର୍ତ୍ତନ

ଅନ୍ୟପଟେ ସିବିଆଇ ଦ୍ବାରା ଜବତ ହୋଇଥିବା ସିଗ୍‌ନାଲ୍ ହାର୍ଡଡିସ୍କକୁ ସ୍ବତନ୍ତ୍ର ବୈଷୟିକ ବିଶେଷଜ୍ଞ ଦଳ ଯାଞ୍ଚ କରୁଛନ୍ତି । ସିବିଆଇ ରେକର୍ଡ କରିଥିବା କର୍ମଚାରୀଙ୍କ ବୟାନକୁ ମଧ୍ୟ ତର୍ଜମା କରାଯାଉଛି । ସେହିପରି ଘଟଣାସ୍ଥଳରେ ସେଣ୍ଟ୍ରାଲ ଫୋରେନସିକ୍ ଟିମ୍ ପହଞ୍ଚି ଏକାଧିକ ନମୂନା ସଂଗ୍ରହ କରି ସେଣ୍ଟ୍ରାଲ ଫୋରେନସିକ୍ ଲାବୋରେଟୋରୀକୁ ପଠାଯାଇଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ସିବିଆଇ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି । ଏତେ ବଡ଼ ରେଳ ଦୁର୍ଘଟଣାର କାରଣ କଣ ହୋଇପାରେ, କାହାର ଭୁଲ ଯୋଗୁଁ ଏତେ ଜୀବନ ଚାଲିଗଲା, ଏସବୁର ଉତ୍ତର ସିବିଆଇ ତଦନ୍ତ ପରେ ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.