ETV Bharat / state

Unique Painting: ପେଶାରେ ଖେଳ ଶିକ୍ଷକ, ନିଶା ପେଣ୍ଟିଂ; ପେନସିଲ ମୁନରେ ନିଆରା କଳାକୃତି

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଳାଶପୁର ଗ୍ରାମର ଚିତ୍ରଶିଳ୍ପୀ ମନୋଜ କୁମାର ମହାକୁଡ଼ । ପେଶାରେ ଜଣେ ଖେଳ ଶିକ୍ଷକ ହେଲେ ନିଶା ତାଙ୍କର ଚିତ୍ର ଆଙ୍କିବା । ମନର ପରିଭାଷାକୁ ଚିତ୍ର ମାଧ୍ୟମରେ ଅତି ନିଖୁଣ ଭାବେ ପ୍ରତିପାଦନ କରୁଛନ୍ତି । ତାଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇଉଠୁୁଛି କଳାକୃତି । ଅଧିକ ପଢ଼ନ୍ତୁ

sports teacher makes unique painting from pencil
ପେନସିଲ ମୁନରେ ନିଆରା କଳାକୃତି
author img

By

Published : Aug 1, 2023, 8:53 PM IST

Updated : Aug 2, 2023, 2:52 PM IST

ପେନସିଲ ମୁନରେ ନିଆରା କଳାକୃତି

ବାଲେଶ୍ବର: ମନର ପରିଭାଷା ବୟାନ କରୁଛି କାଗଜ ଆଉ ପେନସିଲ । କେବେ କୌଣସି ପ୍ରଶିକ୍ଷଣ ନେଇ ନାହାନ୍ତି ସତ, ହେଲେ ମନର ଭାବନା ଚିତ୍ର ମାଧ୍ୟମରେ ଅତି ନିଖୁଣ ଭାବେ ପ୍ରତିପାଦନ କରିଦିଅନ୍ତି । ଯେ କେହିବି ଦେଖିଲେ ପ୍ରଶଂସା ନ କରିବି ରହି ପାରିବନି । ସେମିତି ଜଣେ ଚିତ୍ରଶିଳ୍ପୀ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଳାଶପୁର ଗ୍ରାମର ମନୋଜ କୁମାର ମହାକୁଡ଼ ।

ଖଇରା ବ୍ଲକ ପଳାସପୁର ଗ୍ରାମର ସନାତନ ମହାକୁଡ଼ ଓ ମନୋରମା ମହାକୁଡ଼ଙ୍କ ପୁଅ ମନୋଜ । ସେ ପେଶାରେ ଜଣେ ଖେଳ ଶିକ୍ଷକ । ମନୋଜ ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ସରକାରୀ ହାଇସ୍କୁଲରେ ୨୦୨୧ ଡିସେମ୍ବର ମାସରୁ ମନୋଜ ଖେଳ ଶିକ୍ଷକ ଭାବେ କାମ କରୁଛନ୍ତି । ପେଶା ତାଙ୍କର ଶିକ୍ଷକତା ହୋଇଥିଲେ ମଧ୍ୟ ନିଶା ହେଉଛି ଚିତ୍ର ଆଙ୍କିବା । ପିଲାଟି ଚିତ୍ର ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା । ପାଠ ପଢ଼ା ସହ ଚିତ୍ର ଆଙ୍କିବା ଜାରି ରଖିଥିଲେ । ସପ୍ତମ ଶ୍ରେଣୀ ଯାଏଁ ମନୋଜ ଚିତ୍ର ଆଙ୍କିବା ଆଙ୍କୁଥିଲେ । କଳାକ୍ଷେତ୍ରକୁ ଆଗକୁ ବଢ଼ିବା ପାଇଁ ଆଗ୍ରହ ଥିଲେ ବି ସେଭଳି ସୁଯୋଗ ମିଳିନଥିଲା । ପାରିବାରିକ ସମସ୍ୟା ପାଇଁ ନିଜର ଇଚ୍ଛାକୁ ଚାପି ରଖିଥିଲେ। । କିନ୍ତୁ ତାଙ୍କ ଭିତରେ ଭରି ରହିଥିବା ସେହି ପ୍ରତିଭା ମରିନଥିଲା । ଦୀର୍ଘ ବର୍ଷ ଚିତ୍ରରୁ ଦୂରେଇ ଯାଇଥିଲେ ବି ୨୦୨୧ ମସିହା ଅର୍ଥାତ୍ ସ୍କୁଲରେ ଚାକିରୀ କରିବା ପରଠୁ ପୁଣିଥରେ ଚିତ୍ର କରିବା ଆରମ୍ଭ କରିଥିଲେ ମନୋଜ ।

ଏହା ମଧ୍ୟ ପଢ଼ନ୍ତୁ: କାଳିଆ ପ୍ରେମରେ ମନୀଷା, ଅଦରକାରୀ ଜିନିଷରୁ ୧୦୮ ମହାପ୍ରଭୁ !

ବିନା ପ୍ରଶିକ୍ଷଣରେ କେବଳ ପେନସିଲ ବ୍ୟବହାର କରି ମନୋଜ ସୁନ୍ଦର ଚିତ୍ର କରୁଛନ୍ତି । ଯେତେବେଳେ ଟିକେ ଖାଲି ସମୟ ମିଳେ ସେ କାଗଜ ଏବଂ ପେନସିଲ ଧରି ବସିପଡ଼ନ୍ତି । ଆଉ ମନକୁ ଯାହା ଆସେ ତାକୁ ଚିତ୍ର ମାଧ୍ୟମରେ ଅତି ନିଖୁଣ ଭାବେ ପ୍ରତିପାଦନ କରନ୍ତି । କୌଣସି ମଣିଷ ହେଉ ଅବା ଯେକୌଣସି ବସ୍ତୁକୁ ଯାହା ଆଖି ସାମ୍ନାକୁ ଆସିଲା ତାକୁ କାଗଜରେ ଆଙ୍କି ଦେଉଛନ୍ତି । ମଣିଷର ଗଢଣକୁ ପେନସିଲ ସାହାଯ୍ୟରେ ଅବିକଳ ଆଙ୍କୁଛନ୍ତି । ମନୋଜଙ୍କ ପେନସିଲ ମୁନରେ କଳାକୃତିଗୁଡ଼ିକ ଜୀବନ୍ତ ହୋଇ ଉଠୁଛି । ତାଙ୍କର ଏଭଳି ଆକର୍ଷଣୀୟ ଚିତ୍ରକଳା ପାଇଁ ସ୍ଥାନୀୟ ଲୋକେ ନିଜ ଫଟୋଚିତ୍ର ତିଆରି କରିବାକୁ ତାଙ୍କୁ କହିଥାନ୍ତି । ଏଥିପାଇଁ ମନୋଜ ଟଙ୍କା ନିଅନ୍ତି ନାହିଁ ।

ଏନେଇ ମନୋଜ କହିଛନ୍ତି, "ପିଲାଟି ଦିନରୁ ଚିତ୍ର କରୁଛି । ଖାଲି ସମୟରେ ଚିତ୍ର ଆଙ୍କୁବାକୁ ମୋତେ ଭଲ ଲାଗେ । ବର୍ତ୍ତମାନ କେବଳ ପେନସିଲ ସାହାଯ୍ୟରେ ଚିତ୍ର କରୁଛି । ଆଗକୁ ରଙ୍ଗ ସାହାଯ୍ୟାରେ କରିବାକୁ ଅଭ୍ୟାସ କରିବି । ଏଥିପାଇଁ ପ୍ରଚେଷ୍ଟା ମଧ୍ୟ ଜାରି ରହିଛି ।"

ମନୋଜଙ୍କ ଏହି ପ୍ରତିଭା ପାଇଁ ତାଙ୍କୁ ପରିବାର ଓ ବନ୍ଧୁମାନେ ପ୍ରଶଂସା କରିବା ସହ ସହଯୋଗ ମଧ୍ୟ କରନ୍ତି । ମନୋଜଙ୍କ ଏହି କଳା ପାଇଁ ସେ ବେଶ ପ୍ରଶଂସା ସାଉଁଟୁଛନ୍ତି । କଳା ପ୍ରତି ଥିବା ତାଙ୍କର ନିଶା ଓ ଏକାଗ୍ରତା ଆଜି ସେ ନିଜ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Aug 2, 2023, 2:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.