ବାଲେଶ୍ବର: ବାଲେଶ୍ବର ରେଳ ଷ୍ଟେସନର ରୂପରେଖ ବଦଳି ମଡେଲ୍ ରେଳ ଷ୍ଟେସନ (Balasore model Railway station) ଭାବେ ବିକଶିତ ହେବ । ଏନେଇ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ରେଳ ଷ୍ଟେସନ୍ ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି। ଦୁଇବର୍ଷ ମଧ୍ୟରେ ସମସ୍ତ କାମ ଶେଷ ହେବାକୁ ଅବଧି ରହିଛି ।
ରେଳ ଷ୍ଟେସନ୍ ପରିସରରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇ ବିଭିନ୍ନ ନୂତନ ବିଲଡିଂ ନିର୍ମାଣ ହେବ। ବସଷ୍ଟାଣ୍ଡରୁ ଫ୍ଲାଏ ଓଭର ନିର୍ମାଣ ହୋଇ ଷ୍ଟେସନ୍କୁ ସଂଯୋଗ ହେବ । ଜଣେ ଲୋକ ବସ୍ଷ୍ଟାଣ୍ଡରୁ ଓହ୍ଲାଇ ସିଧାସଲଖ ଷ୍ଟେସନ୍ରେ ପହଞ୍ଚି ପାରିବ । ରେଳ ଷ୍ଟେସନ୍ରେ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ। ମାଲ୍ଗୋଦାମ୍ ବି ଷ୍ଟେସନ୍ ପରିସରରୁ ସ୍ଥାନାନ୍ତର କରାଯିବ । ଏହାର ଶିଳାନ୍ୟାସ ଉତ୍ସବରେ ସାଂସଦ ପ୍ରତାପ ଷଡଙ୍ଗୀ, ବିଧାୟକ ସ୍ୱରୂପ ଦାସ ଓ ଡିଆରଏମ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ବାଲଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ