ETV Bharat / state

ୟୁନିଅନ ବ୍ୟାଙ୍କରୁ ସୁନା ଲୁଟ୍ ଘଟଣା: ଆଉ ଜଣଙ୍କୁ ବାନ୍ଧିଲା ପୋଲିସ - balasore police

ତାଳସାରୀ ଥାନା ଅଧୀନ ଚନ୍ଦନେଶ୍ଵରରେ ଥିବା ୟୁନିଅନ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଗ୍ୟାଙ୍ଗର ଅନ୍ୟତମ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଏନେଇ ବାଲେଶ୍ଵର ଏସପି ସାଗରିକା ନାଥ ପ୍ରେସମିଟରେ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ

ୟୁନିଅନ ବ୍ୟାଙ୍କରୁ ଲୁଟ୍ ଘଟଣାରେ ପୋଲିସକୁ ସଫଳତା

author img

By

Published : Aug 7, 2023, 8:18 PM IST

ୟୁନିଅନ ବ୍ୟାଙ୍କରୁ ଲୁଟ୍ ଘଟଣାରେ ପୋଲିସକୁ ସଫଳତା

ବାଲେଶ୍ଵର: ବ୍ୟାଙ୍କରୁ ଲୁଟ୍ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିବାରେ ପୋଲିସକୁ ମିଳିଛି ବଡ଼ ସଫଳତା। ତାଳସାରୀ ଥାନା ଅଧୀନ ଚନ୍ଦନେଶ୍ଵରରେ ଥିବା ୟୁନିଅନ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଡକାୟତ ଗ୍ୟାଙ୍ଗର ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ନିକଟରୁ 854ଗ୍ରାମରୁ ଅଧିକ ସୁନା ଅଳଙ୍କାର ଜବତ କରିଛି ପୋଲିସ। ଏନେଇ ବାଲେଶ୍ଵର ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।

ଏସପିଙ୍କ ସୂଚନା ଅନୁସାରେ, "ବ୍ୟାଙ୍କରେ ଥିବା ସୁନା, ଡକାୟତି କରି ଫେରାର ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ପୂର୍ବରୁ 6 ଜଣଙ୍କୁ ଗିରଫ କରାଯାଇଥିଲା। ସେଥିରେ 3 ଜଣ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଆଉ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଏହାସହ ସେମାନଙ୍କଠାରୁ ସୁନା ଅଳଙ୍କାର ଜବତ କରିଛି ପୋଲିସ। ଅନ୍ୟତମ ଅଭିଯୁକ୍ତ ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ବସିରହାଟ ଥାନା ଅଞ୍ଚଳରୁ ଗିରଫ ହୋଇଛି। ଅଭିଯୁକ୍ତ ଜଣଙ୍କ ତୈବ ଅଲ୍ଲୀ ମୁଲ୍ଲା ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ନିକଟରୁ 8 ଶହ 54 ଗ୍ରାମ ସୁନା ଜବତ କରାଯାଇଛି। ଯାହାର ମୂଲ୍ୟ 49 ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି।"

ଏହା ବି ପଢନ୍ତୁ...ଧରାପଡ଼ିଲା କଲିଜାଖିଆ ଦୁର୍ଦ୍ଦାନ୍ତ ଅପରାଧି, ଅତ୍ୟାଧୁନିକ ବନ୍ଧୁକ ଜବତ ସହ ୪ ଗିରଫ

ଏହି ଆନ୍ତଃରାଜ୍ୟ ଡ଼କାୟତି ଗ୍ୟାଙ୍ଗରେ 14 ଜଣ ସାମିଲ ଥିବାବେଳେ ପୂର୍ବରୁ 6 ଜଣ ଆନ୍ତଃରାଜ୍ୟ ଡକାୟତକୁ ଗିରଫ କରିଥିଲା ପୋଲିସ। ବର୍ତମାନ ତୈବ ଅଲ୍ଲୀ ମୁଲ୍ଲାକୁ ମିଶାଇ ଗିରଫଦାରୀ ସଂଖ୍ୟା 7 ରେ ପହଞ୍ଚିଛି। ଗତ ଏପ୍ରିଲ ମାସ 26 ତାରିଖରେ ତାଳସାରି ଥାନା ଅନ୍ତର୍ଗତ ୟୁନିୟନ ବ୍ୟାଙ୍କରୁ 600 ପ୍ୟାକେଟ ସୁନା ଅଳଙ୍କାର ସହ 45 ଲକ୍ଷ 52 ହଜାର 910 ଟଙ୍କା ଲୁଟ ହୋଇଥିଲା। ସେତେବେଳେ ପୋଲିସ 6 ଜଣ ଡ଼କାୟତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ 3 ଜଣ ବାଲେଶ୍ଵର ଜିଲ୍ଲା କମର୍ଦା ଥାନା ଅଞ୍ଚଳର ହୋଇଥିବାବେଳେ ଅନ୍ୟ 3 ଜଣ ପଶ୍ଚିମବଙ୍ଗର ହୋଇଥିବା ଜଣାପଡିଛି।

ପୂର୍ବରୁ ଏହି ଆନ୍ତଃରାଜ୍ୟ ଡ଼କାୟତି ଗ୍ୟାଙ୍ଗ ବସ୍ତା ଥାନା ଓ ଭୋଗରାଇ ଥାନା ଅଞ୍ଚଳରେ 2ଟି ବ୍ୟାଙ୍କ ଡକାୟତି ଘଟଣାରେ ସାମିଲ ରହିଥିଲେ । ଏହି ଗ୍ୟାଙ୍ଗ ବିଭିନ୍ନ ଛୋଟ ଛୋଟ ଗ୍ୟାଙ୍ଗ ମାଧ୍ୟମରେ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଏକାଧିକ ଡକାୟତି ଘଟଣାରେ ସମୃକ୍ତ ଥିବା ଜଣାପଡିଛି। ଏହି ଗ୍ୟାଙ୍ଗ ଦ୍ଵାରା ସବୁ ଡ଼କାୟତି ଘଟଣାର ବ୍ଲୁ ପ୍ରିଣ୍ଟ ସମାନ ଢଙ୍ଗରେ ପରିଚାଳିତ ହେଉଥିଲା ବୋଲି ପୋଲିସ ସୂଚନା ଦେଇଛି।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.