ETV Bharat / state

ମହାନାଳ ସଫା ଭୁଲିଗଲା ପ୍ରଶାସନ, ଅସରାଏ ବର୍ଷାରେ ବୁଡୁଛି ସହର ! - ବ୍ୟପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା

ବ୍ୟପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା । ଏବେ ବି ସମସ୍ୟା ଘେରରେ ବାଲେଶ୍ବର ସହର । ଅସରାଏ ବର୍ଷାରେ ସହର ହେଉଛି ଉବୁଟୁବୁ । ତେବେ 10 କୋଟି ବିନିମୟରେ ନିର୍ମାଣାଧିନ ମହାନାଳ କାମ ସରୁନି କି ଲୋକଙ୍କ ଦୁର୍ଦ୍ଦିନ ସରୁନି । ଦେଖନ୍ତୁ ଏହି ରିପୋର୍ଟ...

ବାଲେଶ୍ଵରର ଦୁଃଖ ତ୍ରୁଟିପୂର୍ଣ୍ଣ ଡ୍ରେନ! ଅସରାଏ ବର୍ଷାରେ ବୁଡୁଛି ସହର

author img

By

Published : Jul 8, 2021, 5:38 PM IST

ବାଲେଶ୍ବର: ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା । ଏବେ ବି ସମସ୍ୟା ଘେରରେ ବାଲେଶ୍ବର ସହର । ଅସରାଏ ବର୍ଷାରେ ସହର ହେଉଛି ଉବୁଟୁବୁ। ଭାସୁଛି ଯାନ, ଜଳବନ୍ଦୀରେ ରହୁଛନ୍ତି ଜନ ସାଧାରଣ । ବର୍ଷା ଦିନରେ ସହରର ବିଭିନ୍ନ ୱାର୍ଡ ହୋଇଯାଏ ଜଳାର୍ଣ୍ଣବ। ଏମିତି କି ଲୋକଙ୍କ ଘର ଭିତରେ ଢେଉ ମାରେ ପାଣି । ବର୍ଷା ଋତୁରେ ଜଳ ନିଷ୍କାସନ ପାଇଁ ବଡ଼ବଡ଼ ସହରରେ ଡ୍ରେନ୍ କାମ ଯୁଦ୍ଧକାଳୀନ ଭିଭିରେ ଚାଲିଥିବା ବେଳେ ବାଲେଶ୍ଵରରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସହରର ଅଧିକାଂଶ ସ୍ଥାନରେ ଅଧପନ୍ତରା ହୋଇପଡ଼ି ରହିଛି ଡ୍ରେନ୍ କାମ । ଏପଟେ ଚାରିବର୍ଷ ହେବ ହୋଇପାରିନି ମହାନାଳ ସଫେଇ । ଫଳରେ ପ୍ରତିବର୍ଷ ବର୍ଷା ଦିନେ ବାଲେଶ୍ବର ସହରରେ ଦେଖିବାକୁ ମିଳେ କୃତ୍ରିମ ବନ୍ୟା ।

ମହାନାଳ ସଫା ପ୍ରତି ନାହିଁ ପ୍ରଶାସନର ନଜର, ଅସରାଏ ବର୍ଷାରେ ବୁଡୁଛି ସହର !
ଚଳିତ ବର୍ଷ ବାଲେଶ୍ବର ପୌରାଞ୍ଚଳର ବିକାଶ ପାଇଁ ୧୫୫ କୋଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ବିଶେଷକରି ବାଲେଶ୍ବର ମୁନିସିପାଲିଟି ପକ୍ଷରୁ ଡ୍ରେନେଜ୍, ରାସ୍ତା ଓ ଜଳଉତ୍ସଗୁଡ଼ିକର ବିକାଶ ପାଇଁ ସରକାର 10 କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ହେଲେ ଆଜି ଯାଏଁ ତାହା କାର୍ଯ୍ୟକାରୀ ହେଲା ନାହିଁ । ବର୍ଷା ଦିନ ହେଲେ ମ୍ୟୁନସିପାଲିଟି ଅନ୍ତର୍ଗତ ୩୧ଟି ୱାର୍ଡର ଅଧିକାଂଶ ଲୋକଙ୍କ ଘରେ ପାଣି ପଶିଯାଏ।ଏପଟେ ବାଲେଶ୍ବର ସହରର ସମସ୍ତ ଡ୍ରେନ୍ ପାଣି ମହାନାଳରେ ପଡ଼େ । ପରେ ମହାନାଳ ଦେଇ ଏହି ଜଳ ନିଷ୍କାସିତ ହୋଇଥାଏ । ସହରରେ ମୋଟ୍ ୧୯ କି.ମିର ମହାନାଳ ରହିଛି । ଏହି ମହାନାଳକୁ ୪ଟି ମହାନାଳରେ ବିଭକ୍ତ କରାଯାଇଛି । ସହରର ସବୁ ଡ୍ରେନ୍ ଏହି ମହାନାଳ ସହ ସଂଯୁକ୍ତ । କିନ୍ତୁ ଏହି ମହାନାଳ ଏବେ ଜବରଦଖଲକାରୀଙ୍କ କବ୍ଜାରେ ବୋଲି ଅଭିଯୋଗ ହୋଇଛି । ଫଳରେ ମହାନାଳର ଗତିପଥ ସଂକୀର୍ଣ୍ଣ ହୋଇଛି । ଶେଷଥର ପାଇଁ ୨୦୧୮ ମସିହାରେ ମହାନାଳ ସଫେଇ ହୋଇଥିଲା। ସେହି ସମୟରେ ମହାନାଳ ସଫେଇ ହେବା ସହ ମହାନାଳ ଖୋଳାଯାଇଥିଲା । ଏଥିପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ପରେ ତତ୍କାଳୀନ ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ନିର୍ଦ୍ଦେଶରେ କିଛି ସ୍ଥାନରେ ମହାନାଳ ସଫା କରାଯାଇଥିଲା। ମାତ୍ର ସେବେଠାରୁ ଆଜିଯାଏ ମହାନାଳ ସଫା ପ୍ରତି କାହାରି ନଜର ପଡିନି ।

ବିଭିନ୍ନ ୱାର୍ଡରେ ଜଳ ନିଷ୍କାସନ ହୋଇ ନପାରି ଅସରାଏ ବର୍ଷା ହେଲେ ନର୍ଦ୍ଦମା ପାଣି ଲୋକଙ୍କ ଘରେ ପଶିବା ସହ ରାସ୍ତା ଉପରେ ନାଳପାଣି ସୁଅ ଛୁଟୁଥିବା ଦେଖିବାକୁ ମିଳେ । ଏବେବି ସବୁ ୱାର୍ଡରେ କଂକ୍ରିଟ୍ ଡ୍ରେନ୍ ନାହିଁ। ଅଧିକାଂଶ ୱାର୍ଡରେ ମାଟି ଡ୍ରେନ ରହିଛି। ନିୟମିତ ଭାବେ ଡ୍ରେନ୍ ସଫା ହେଉନଥିବାରୁ ଏହା ପୋତି ଗଲାଣି। ଏମିତିକି ଅନେକ ଡ୍ରେନରେ ଅଳିଆ ଆବର୍ଜନା ପକାଇ ଜଳନିଷ୍କାସନ ବାଟ ବନ୍ଦ କରି ଦିଆଯାଇଛି ।

ଡ୍ରେନ ସଫା ଓ ମରାମତି ପାଇଁ କୋଟିକୋଟି ଟଙ୍କା ପଡି ରହିଥିବା ବେଳେ ତାର ସୁଦୁପଯୋଗ ହୋଇ ପାରୁନି। ଗୋଟିଏ ପଟେ ମ୍ୟୁନିସିପାଲିଟି ଭାଙ୍ଗି ସାରିଥିବା ବେଳେ ନିର୍ବାଚିତ ପ୍ରତିନିଧି ଯେଉଁ କାର୍ଯ୍ୟ କରିବା କଥା ତାହା ଏବେ ରହିଛି ପ୍ରଶାସନିକ ହାତରେ । ଏଥିପାଇଁ ପ୍ରଶାସନିକ ଅଧିକାରୀମାନେ ଆଗ୍ରହ ପ୍ରକାଶ କରି ଲୋକଙ୍କ ଏ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ସହରବାସୀ ଦାବି କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.