ETV Bharat / state

କଥା କହୁଛି ଦେବାଶିଷଙ୍କ ପ୍ରତିଭା, ପଟ୍ଟଚିତ୍ରରେ କାକଟପୁର ମା'ମଙ୍ଗଳା

author img

By

Published : Apr 4, 2023, 6:28 PM IST

ବିଭିନ୍ନ ପୂଜାପର୍ବ ସମୟରେ ଦେବାଦେବୀଙ୍କ ପଟ୍ଟଚିତ୍ର ଆଙ୍କି ବେଶ ପ୍ରଶଂସା ସାଉଁଟିଛନ୍ତି ବାଲେଶ୍ଵର ରାଣୀପାଟଣା ଅଞ୍ଚଳର ଦେବାଶିଷ ସାହୁ । ତେବେ ଚୈତ୍ର ମାସ ଚାଲିଥିବା ବେଳେ କାକଟପୁର ମା' ମଙ୍ଗଳାଙ୍କ ପଟ୍ଟଚିତ୍ର ଆଙ୍କିଛନ୍ତି ଦେବାଶିଷ । ଏକ କାଗଜରେ ପେନସିଲ ଦ୍ୱାରା ଆର୍ଟ କରିବା ପରେ ବିଭିନ୍ନ ରଙ୍ଗ ଦେଇ ସେ ବେଶ ମନୋରମ ଭାବେ ମା' ମଙ୍ଗଳାଙ୍କ ଚିତ୍ର ଆଙ୍କିଛନ୍ତି । ଅଧିକ ପଢ଼ନ୍ତୁ

ପଟ୍ଟଚିତ୍ରରେ କାକଟପୁର ମା'ମଙ୍ଗଳା
ପଟ୍ଟଚିତ୍ରରେ କାକଟପୁର ମା'ମଙ୍ଗଳା
ପଟ୍ଟଚିତ୍ରରେ କାକଟପୁର ମା'ମଙ୍ଗଳା

ବାଲେଶ୍ବର: କେତେବେଳେ କାନଭାସରେ ତ କେତେବେଳେ ପଦ୍ମ ପାଖୁଡ଼ାରେ ସେ ଆଙ୍କି ଦିଅନ୍ତି ଦେବାଦେବୀଙ୍କ ଚିତ୍ର । ପଟ୍ଟଚିତ୍ର ଶିଳ୍ପୀ ଭାବେ ବାଲେଶ୍ଵରରେ ସେ ବେଶ ପରିଚିତ । ବିଭିନ୍ନ ପୂଜାପର୍ବ ସମୟରେ ସେ ଭଗବାନଙ୍କ ପଟ୍ଟଚିତ୍ର ଆଙ୍କି ବେଶ ପ୍ରଶଂସା ସାଉଁଟିଛନ୍ତି । ଯେମିତି କି ଦୁର୍ଗାପୂଜାର ମା' ଦୁର୍ଗାଙ୍କ ପଟ୍ଟଚିତ୍ର ହେଉ କି ଶିବରାତ୍ରୀରେ ଡମ୍ବରୁରେ ମହାଦେବଙ୍କ ଚିତ୍ର, ସବୁ ଦେବାଦେବୀଙ୍କ ଚିତ୍ର ଆଙ୍କୁଛନ୍ତି ବାଲେଶ୍ଵର ସହରର ରାଣୀପାଟଣା ଅଞ୍ଚଳର ଦେବାଶିଷ ସାହୁ ।

ଦେବାଶିଷ ସାହୁ ବିଶେଷ କରି ପଟ୍ଟଚିତ୍ର ଆଙ୍କିଥାନ୍ତି । ଏହା ସହିତ ସେ ଥିମ ଅନୁସାରେ ମଧ୍ୟ ଚିତ୍ର ଆଙ୍କିଥାନ୍ତି । ଏବେ ଚୈତ୍ର ମାସ ଚାଲିଥିବା ବେଳେ କାକଟପୁର ମା' ମଙ୍ଗଳାଙ୍କ ପଟ୍ଟଚିତ୍ର ଆଙ୍କିଛନ୍ତି ଦେବାଶିଷ । ଏକ କାଗଜରେ ପେନସିଲ ଦ୍ୱାରା ଆର୍ଟ କରିବା ପରେ ସେଥିରେ ବିଭିନ୍ନ ରଙ୍ଗ ଦେଇ ସେ ବେଶ ମନୋରମ ଭାବେ ମା' ମଙ୍ଗଳାଙ୍କ ଚିତ୍ର ଆଙ୍କିଛନ୍ତି । ଏଥିପାଇଁ ତାଙ୍କୁ ପ୍ରାୟ ୭ ଦିନ ସମୟ ଲାଗିଥିଲା । ସବୁଦିନ କିଛି ନା କିଛି ଆଙ୍କି ସେ ମା' ମଙ୍ଗଳାଙ୍କ ପଟ୍ଟଚିତ୍ର ସମ୍ପୂର୍ଣ୍ଣ କରିଥିଲେ । ଚୈତ୍ରମାସ ମଙ୍ଗଳବାରରେ ଲୋକମାନେ ଦାଣ୍ଡ ଦୁଆରେ ପଣା ଦେଇ ମା'ଙ୍କୁ ଆବାହନ କରିଥାନ୍ତି । ଏମିତି ଠିକ୍‌ ଦେବାଶିଷ ମଧ୍ୟ ପଟ୍ଟଚିତ୍ର ଆଙ୍କି ମା' ମଙ୍ଗଳାଙ୍କ ଆବାହନ କରିଛନ୍ତି । ପ୍ରକାଶ ଥାଉ କି, ପଟ୍ଟଚିତ୍ରକୁ କେବଳ କାଗଜରେ ସୀମିତ ନରଖି ସବୁ ଜିନିଷ ଉପରେ ଚମକାଇବାକୁ ସେ ଚେଷ୍ଟା କରୁଛନ୍ତି । ପର୍ସ, ଝିଅମାନଙ୍କ ହ୍ୟାଣ୍ଡବ୍ୟାଗ୍, ସାଇଡ୍ ବ୍ୟାଗ୍, ଟି-ସାର୍ଟ, ଯେକୌଣସି ଫୁଲ ଏବଂ ପାନପତ୍ର ଉପରେ ସେ ଅତି ନିଖୁଣତାର ସହ ପଟ୍ଟଚିତ୍ର କାମ କରୁଛନ୍ତି । ବିଶେଷକରି ଫେସବୁକ୍ ମାଧ୍ୟମରେ ତାଙ୍କ ହାତ ତିଆରି ପଟ୍ଟଚିତ୍ର ପ୍ରତି ଆକର୍ଷିତ ହୋଇ ଡ୍ରେସ୍, ବ୍ୟାଗ୍ ଉପରେ ତାହାକୁ କରିବା ପାଇଁ ଅନେକ ଲୋକଙ୍କ ପାଖରୁ ଅର୍ଡର ଆସୁଛି ।

ପିଲାଟି ଦିନରୁ ଦେବାଶିଷଙ୍କ ଚିତ୍ରକଳା ପ୍ରତି ବେଶ ଆଗ୍ରହ ରହିଥିଲା । ହେଲେ ସମୟାନୁକ୍ରମେ ସେ ପାଠପଢ଼ାରେ ବ୍ୟସ୍ତ ରହିଯିବା ଯୋଗୁଁ ପ୍ରଶିକ୍ଷଣ ନେଇ ପାରିନଥିଲେ । ବିନା ପ୍ରଶିକ୍ଷଣରେ ନିଜ ଭିତରର ପ୍ରତିଭାକୁ ସେ ପ୍ରସ୍ଫୁଟିତ କରି ପାରିଛନ୍ତି । ଅଭ୍ୟାସ ବଳରେ ଆଜି ସେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ଏହାସହ ବାପାଙ୍କ ସହ ମେଡିସିନ୍ ଷ୍ଟୋରରେ ସହଯୋଗ କରନ୍ତି । ପାଠପଢ଼ା ସରିବା ପରେ ସମ୍ପୂର୍ଣ୍ଣ ଭାବେ ଔଷଧ ଦୋକାନରେ ବାପାଙ୍କୁ ସହଯୋଗ କରୁଛନ୍ତି ଦେବାଶିଷ । ତେବେ ଦିନସାରା କାମ ଭିତରେ ବି ରାତିରେ ଘରକୁ ଫେରି ପଟ୍ଟଚିତ୍ର ଆଙ୍କିବାରେ ଲାଗି ପଡ଼ନ୍ତି । ଫଳରେ ବିନା ପ୍ରଶିକ୍ଷଣରେ ଦେବାଶିଷଙ୍କ ହାତରେ ଚମକୁଛି ସୁନ୍ଦର କଳାକୃତି । ପ୍ରଥମେ ନିଜଆଡୁ ଆଗ୍ରହ ପ୍ରକାଶ କରି ଶିଳ୍ପୀ କେଶୁ ଦାସଙ୍କ ମାଧ୍ୟମରେ ଦେବାଶିଷ ଶିଳ୍ପୀ ପରିବାର ଗ୍ରୁପ୍ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମରେ ଝୋଟି, ମୁରୁଜ ଆଙ୍କିବା ଆରମ୍ଭ କରିଥିଲେ । ଏଥିପାଇଁ ବିଭିନ୍ନ ସ୍ଥାନରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଏହାବ୍ୟତୀତ ଦେବାଶିଷ ଏବେ ମଧ୍ୟ ବିଭିନ୍ନ ପର୍ବପର୍ବାଣୀ ସମୟରେ ଥିମ୍ ଅନୁଯାୟୀ ସୁନ୍ଦର ମୁରୁଜ ଏବଂ ରଙ୍ଗୋଲିରେ ଚିତ୍ର ଆଙ୍କି ସୋସିଆଲ୍ ମିଡିଆରେ ବେଶ ପ୍ରଶଂଶା ସାଉଁଟୁଛନ୍ତି । ମୁରୁଜ କାମ ପାଇଁ ତାଙ୍କୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥାଏ । ଦେବାଶିଷଙ୍କ ପଟ୍ଟଚିତ୍ର କାମକୁ ପସନ୍ଦ କରି ବର୍ତ୍ତମାନ ଶାଢ଼ୀ ଓ କୁର୍ତ୍ତାରେ ପଟ୍ଟଚିତ୍ର ଆଙ୍କିବା ପାଇଁ ଅନେକ ଅର୍ଡର ଆସୁଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.