ETV Bharat / state

ବାଲେଶ୍ବରକୁ ବିକାଶର ଚରମ ଶୀର୍ଷରେ ପହଞ୍ଚାଇବା ମୂଳ ଲକ୍ଷ୍ୟ: ପ୍ରତାପ ଷଡଙ୍ଗୀ

ବହୁ ଚର୍ଚ୍ଚିତ ବାଲେଶ୍ବର ସଂସଦୀୟ କ୍ଷେତ୍ରକୁ ଦଖଲ କରିଛି ବିଜେପି । ତ୍ରିମୁଖୀ ଲଢେଇରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ।

author img

By

Published : May 24, 2019, 12:18 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବହୁ ଚର୍ଚ୍ଚିତ ବାଲେଶ୍ବର ସଂସଦୀୟ କ୍ଷେତ୍ରକୁ ଦଖଲ କରିଛି ବିଜେପି । ତ୍ରିମୁଖୀ ଲଢେଇରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ । ବିଜେଡି ପ୍ରାର୍ଥୀ ତଥା ସାଂସଦ ରବୀନ୍ଦ୍ର ଜେନା ଓ କଂଗ୍ରେସ ପ୍ରାର୍ଥୀ ନଭଜ୍ୟୋତି ପଟ୍ଟନାୟକଙ୍କୁ ପରାସ୍ତ କରି ପ୍ରତାପ ଷଡ଼ଙ୍ଗୀ ସଂସଦକୁ ନିର୍ବାଚିତ ହୋଇଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର

ବିଜୟୀ ହେଲା ପରେ ପ୍ରତାପ ଷଡଙ୍ଗୀ ଏହା ଭାରତର ଜିତ୍‌ ବୋଲି କହିଛନ୍ତି । ଏହି ସଫଳତା ପରେ ନିଜ ଦାୟିତ୍ବ ନିଭାଇବା କଥାକୁ ଗୁରୁତ୍ବ ଦେଇଛନ୍ତି । ବାଲେଶ୍ବରରୁ ବିକାଶର ଚରମ ଶୀର୍ଷରେ ପହଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରିବା କଥା କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ସ୍ବପ୍ନକୁ ସାକାର କରିବା ସହ ବାଲେଶ୍ବରରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, କୃଷକ, ବେକାରୀ, ପର୍ଯ୍ୟଟନ ଶିଳ୍ପକୁ ଧ୍ୟାନ ଦେବା କଥା କହିଛନ୍ତି । ଓଡିଶାରେ ବିଜେପି ଦ୍ବିତୀୟ ଶକ୍ତି ଓ ଭାରତ ବର୍ଷରେ ଅପ୍ରତିଦ୍ବନ୍ଦି ଶକ୍ତି ଭାବରେ ଉଭା ହେବା ଦେଶରେ ନରେନ୍ଦ୍ର ମୋଦି ଓ ବିଜେପି ଏକ ମାତ୍ର ବିକଳ୍ପ ବୋଲି ସେ କହିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.