ETV Bharat / state

ଡିକି ଭାଙ୍ଗି ଲୁଟିଥିଲେ ସାଢ଼େ ଆଠ ଲକ୍ଷ, ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Sep 15, 2023, 11:03 AM IST

ବାଲେଶ୍ଵର ସବ ରେଜିଷ୍ଟର ଅଫିସ ନିକଟରୁ ବାଇକ ଡିକି ଭାଙ୍ଗି ଲୁଟ ଘଟଣାରେ ପୋଲିସକୁ ସଫଳତା । ଲୁଟେରା ଗ୍ୟାଙ୍ଗର 4 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସହଦେବଖୁଣ୍ଟା ପୋଲିସ ।

ଡିକି ଭାଙ୍ଗି ଲୁଟିଥିଲେ ସାଢ଼େ ଆଠ ଲକ୍ଷ, ଧରିଲା ପୋଲିସ

ବାଲେଶ୍ଵର: ବାଲେଶ୍ଵର ସବ ରେଜିଷ୍ଟର ଅଫିସ ନିକଟରୁ ବାଇକ ଡିକି ଭାଙ୍ଗି ଲୁଟ ଘଟଣାରେ ପୋଲିସକୁ ସଫଳତା । ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ସହଦେବଖୁଣ୍ଟା ପୋଲିସ । ତେବେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ଦେଇଛି ପୋଲିସ । ଗତ ଅଗଷ୍ଟ ମାସ 11 ତାରିଖରେ ଜଣେ ଯୁବକଙ୍କ ବାଇକ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିଲା ।

ପୋଲିସ ସୂଚନା ଅନୁସାରେ, ଗତମାସ 11 ତାରିଖରେ ଜଣେ ଯୁବକ ଗାଡି ଡିକିରେ ସାଢ଼େ ଆଠଲକ୍ଷ ଟଙ୍କା ରଖିଥିବା ବେଳେ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟ କରି ନେଇଥିଲେ । ଏହି ଘଟଣା ବାବଦରେ ସହଦେଵଖୁଣ୍ଟା ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଚଳାଇଥିଲା । ଏହି ଘଟଣାରେ ସମୁଦାୟ 4 ଜଣ ଅଭିଯୁକ୍ତଙ୍କ ହାତ ଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ଘଟଣାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଅଭିଯୁକ୍ତକୁ ଆସ୍କାରୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛିି । ଗିରଫ ଅଭିଯୁକ୍ତ ନିକଟରୁ ନଗଦ 27 ହଜାର 500 ଟଙ୍କା ଓ ଗୋଟିଏ ବାଇକ ଜବତ କରିଛି ପୋଲିସ ।

ଏହାସହ ଏହି ଲୁଟେରାମାନେ ଶେରଗଡ଼ ଅଞ୍ଚଳରେ ଏକ ଭଡାଘରେ ରହି ଏମିତି କାଣ୍ଡ ଭିଆଉଥିବା ମଧ୍ୟ ଜାଣିବାକୁ ପାଇଛି । ଲୁଟେରାମାନେ ରହିଥିବା ଭଡାଘରର ମାଲିକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଘର ମାଲିକ ଲୁଟେରାମାନଙ୍କ କାମ ଜାଣିମଧ୍ୟ ତାଙ୍କୁ ଘରେ ପ୍ରଶୟ ଦେଇଥିବା ଓ ପୋଲିସକୁ ଏ ବାବଦରେ ନ ଜଣାଇବାକୁ ନେଇ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି । ସେହିପରି ଏହି ଲୁଟେରା ଗ୍ୟାଙ୍ଗ ଜଳେଶ୍ବର ଅଞ୍ଚଳରେ ମଧ୍ୟ 70 ହଜାରରୁ ଅଧିକ ଟଙ୍କା ଲୁଟ କରିଥିଲେ । ଲୁଟ ଘଟଣାରେ ପୋଲିସ ସର୍ବମୋଟ 4 ଜଣଙ୍କୁ ଗିରଫ କରିଛି। ଏହି ଲୁଟ ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ..ବାଇକ ଡିକି ଭାଙ୍ଗି ଲୁଟି ନେଲେ ଲକ୍ଷେ

ପ୍ରକାଶ ଥାଉକି, ଅଗଷ୍ଟ 11ତାରିଖରେ ଚାନ୍ଦିପୁର ଶ୍ରୀକୋଣା ଅଞ୍ଚଳର କାର୍ତ୍ତିକ ଚନ୍ଦ୍ର ଦୁଆରୀଙ୍କ ବାଇକ ଡିକି ଭାଙ୍ଗି ସାଢ଼େ ଆଠ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସେ ସହଦେଵଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ। ଜମି ବିକ୍ରି କରି ସାଢେ ଆଠ ଲକ୍ଷ ଟଙ୍କା ନେଇ ବାଇକ ଡିକିରେ ରଖିଥିଲେ କାର୍ତ୍ତିକ। ମଧ୍ୟାହ୍ନ ପ୍ରାୟ 2:30 ମିନିଟ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କାର୍ତ୍ତିକ ବାଇକ ରଖି କୌଣସି କାମ ପାଇଁ ଯାଇଥିବା ବେଳେ ମାତ୍ର କିଛି ସମୟ ବ୍ୟବଧାନ ମଧ୍ୟରେ ଏକ ଜୋରରେ ଶବ୍ଦ ଶୁଣିବାକୁ ମିଳିଥିଲା । କାର୍ତ୍ତିକ ତୁରନ୍ତ ଦୌଡ଼ି ଯାଇ ଗାଡ଼ି ପାଖରେ ପହଞ୍ଚିବା ପରେ ଦେଖିଲେ ଯେ ଜଣେ ଲୋକ ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଦୌଡ଼ି ପଳାଉଛି । ନିକଟରେ ଥିବା ଏକ ପଲସର ବାଇକରେ ବସି ଲୁଟେରା ଜଣକ ଫେରାର ହୋଇ ଯାଇଥିଲେ । ଏହାକୁ ନେଇ କାର୍ତ୍ତିକ ସହଦେଵଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଲୁଟେରା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.