ETV Bharat / state

ବରିଷ୍ଠ ସାମ୍ବାଦିକ ଦୟାନିଧି ମହାପାତ୍ରଙ୍କ ଦେହାନ୍ତ, ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ସମୂହ ସାମ୍ବାଦିକ

author img

By

Published : Jul 4, 2023, 10:56 PM IST

ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଦୟାନିଧି ମହାପାତ୍ରଙ୍କ ଦେହାନ୍ତ ହୋଇଛି । ଖଇରା ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଶୋକସଭା ମାଧ୍ୟମରେ ଦୟାନିଧି ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅଧିକ ପଢ଼ନ୍ତୁ

senior journalist dayanidhi mohapatra passes away
ବରିଷ୍ଠ ସାମ୍ବାଦିକ ଦୟାନିଧି ମହାପାତ୍ରଙ୍କ ଦେହାନ୍ତ

ବାଲେଶ୍ୱର: ପରଲୋକରେ ଖଇରା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଦୟାନିଧି ମହାପାତ୍ର । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଦୟାନିଧି ମହାପାତ୍ରଙ୍କ ବିୟୋଗରେ ବାଲେଶ୍ବର ଜିଲ୍ଲା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ ଖଇରା ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ବିୟୋଗ, ସ୍ବର୍ଗଦ୍ବାରରେ ସରିଲା ଶେଷକୃତ୍ୟ

ଗତ ୨୪ ତାରିଖ ରାତିରେ ଦୟାନିଧି ମହାପାତ୍ରଙ୍କ ଉଚ୍ଚ ରକ୍ତଚାପ ଯୋଗୁଁ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିଲା । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକର ଏକ ଘରୋଇ ହସ୍ପିଟାଲ ଏବଂ ପରବର୍ତ୍ତୀ ସମୟରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସୋମାବାର ଦିନ ଅସ୍ତ୍ରାେପଚାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ଖବର ପାଇ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଭାଜପା ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ବରିଷ୍ଠ ନେତା ନେତା ପଦ୍ମଲୋଚନ ପଣ୍ଡା ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ୯୨ବର୍ଷରେ ଆଖି ବୁଜିଲେ ଯାଜପୁରର ପୂର୍ବତନ ସାଂସଦ ଅନାଦି ଚରଣ ଦାସ

ଏହା ମଧ୍ୟ ପଢ଼ନ୍ତୁ: ନୀରବି ଗଲେ ଗାୟକ ଅନିଲ ହରିପାଲ, ‘ଏ ପାନ ବାଲା ବାବୁ’ ଗୀତ ଦେଇଥିଲା ସ୍ବତନ୍ତ୍ର ପରିଚୟ

ତାଙ୍କ ବିୟୋଗରେ ବାଲେଶ୍ବର ଜିଲ୍ଲା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ଖଇରାର ସଙ୍ଗଠନ ବରିଷ୍ଠ ନାଗରିକ ମଞ୍ଚ, ପ୍ରତିଭା ପରିବାର, ଜନକାଗରଣ ମଞ୍ଚ, ଖଇରା ସାହିତ୍ୟ ସଂସଦ,ଖଇରା ସାମ୍ବଦିକ ସଂଘ ଇତ୍ୟାଦି ସଙ୍ଗଠନର କର୍ମକର୍ତ୍ତା ମାନେ ଶୋକବ୍ୟକ୍ତ କରିଛନ୍ତି । ସାମ୍ବାଦିକ ମହାପାତ୍ର ଓଡ଼ିଶା ସାମ୍ବାଦିକ ୟୁନିଅନର ବ୍ଲକ ସଂଯୋଜକ ଥିବା ବେଳେ ସୁଣ୍ଢିରା ଦୋଳ ମେଳନ କମିଟିର ସଭାପତି ଥିଲେ। ଖଇରା ଏବଂ ଔପଦା ବ୍ଲକର ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ତାଙ୍କ ମୃତ ଶରୀରକୁ ଏକ ଶୋଭାଯାତ୍ରାରେ ଖଇରା ବ୍ଲକ ଛକରୁ ମହତିପୁର ବାସଭବନକୁ ନିଆଯାଇଥିଲା । ପରେ ତାଙ୍କ ବାସ ଭବନରେ ପରିବାର ବର୍ଗ ଓ ଗ୍ରାମବାସୀଙ୍କ ଉପସ୍ଥିତରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.