ବାଲେଶ୍ବର: ଚାକିରିରୁ ବିଦା ହେଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ତାଙ୍କ ବିରୋଧରେ ବାଲେଶ୍ଵର ଉତ୍କଳ ବାଳାଶ୍ରମରେ ବ୍ୟାପକ ହେରଫେର ଓ ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ।
ଉତ୍କଳ ବାଳାଶ୍ରମରେ ବ୍ୟାପକ ହେରଫେର ଓ ଆର୍ଥିକ ଅନିୟମିତତା ବାବଦରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନଙ୍କ ଅଭିଯୋଗକ୍ରମେ ତଦନ୍ତ ଆରମ୍ଭ ହୋଇଥିଲା । ଦାୟିତ୍ବରେ ଥିବା ଡିସିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀଙ୍କୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବହିଷ୍କାର କରାଯାଇଛି । ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚାକିରିରୁ ବିଦା ହୋଇଛନ୍ତି ।
ଏହା ବି ପଢନ୍ତୁ...ନବ ଦାସ ହତ୍ୟାକାଣ୍ଡ: ସୁର କହିଲେ ଉଭୟ ବିଜେପି ଓ ବିଜେଡିଠୁ ତଥ୍ୟ ବାହର କରନ୍ତୁ ଡିଜି
ତାଙ୍କ ନାମରେ ଅର୍ଥ ହେରଫେର ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଏହାପରେ ପ୍ରମାଣ ପାଇବା ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଚିଠି ଲେଖିଥିଲେ । ଯୁବକ ମାଝୀ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନରୁ ପିସି ଆଦାୟ କରୁଥିବା ଅଭିଯୋଗ ହୋଇଥିଲେ । ଅଭିଯୋଗ ଆଧାରରେ ଖୋଳତାଡ ପରେ ଯୁବକ ମାଝୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।
ସୂଚନାଅନୁସାରେ, 2018ରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଭାବେ ଯୁବକ ମାଝୀ ନିଯୁକ୍ତି ପାଇଥିଲେ । ସେବେଠୁ ହିଁ ତାଙ୍କ ନାମରେ ମାଳମାଳ ଅଭିଯୋଗ ରହିଥିଲା । ତେବେ ଏହି ଘଟଣାରେ କେବଳ ଯୁବକ ମାଝୀଙ୍କ ସଂମ୍ପୃକ୍ତି ଅଛି ନା ଅନ୍ୟ କେହି ଅଧିକାରୀ ସାମିଲ ଅଛନ୍ତି ତାର ତଦନ୍ତ ଚାଲିଛି । ଯଦି ଅନ୍ୟ କିଛି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଥାଏ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଇଟିଭି ଭାରତ, ବାଲେଶ୍ବର