ETV Bharat / state

ବାତ୍ୟା କ୍ଷୟକ୍ଷତି ଆକଳନ କରୁଛନ୍ତି ବାଲେଶ୍ବର ଜିଲ୍ଲା ପ୍ରଶାସନ - ବାଲେଶ୍ବରରେ ବାତ୍ୟା ଅମ୍ଫାନ ପ୍ରଭାବ

ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ ଉପରେ ଗୁରୁଦ୍ବ ଦେଉଛି ଜଲ୍ଲା ପ୍ରଶାସନ । ଭୋଗରାଇ, ବାଲିଆପାଳ, ଖଇରା ଓ ସୋର ଅଞ୍ଚଳରେ ଅଧିକ କ୍ଷତି ।

Balasore district administration
ବାଲେଶ୍ବରରେ ବାତ୍ୟା ପ୍ରଭାବ
author img

By

Published : May 21, 2020, 1:23 PM IST

ବାଲେଶ୍ବର: ବାତ୍ୟା ଅମ୍ଫାନ ପ୍ରଭାବରେ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିଛି ଜିଲ୍ଲା ପ୍ରଶାସନ। ଭୋଗରାଇ, ବାଲିଆପାଳ, ଖଇରା ଓ ସୋର ଅଞ୍ଚଳରେ ଅଧିକ କ୍ଷତି ହୋଇଥିବା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ପୁନଃଥଇଥାନ କାର୍ଯ୍ୟ ତ୍ବରାନ୍ନିତ କରାଯାଇଛି। ବିଭିନ୍ନ ସ୍ଥାନରେ ଉପୁଡି ପଡିଥିବା ଗଛ ଓ ବିଦ୍ୟୁତ ଖୁଣ୍ଟକୁ ରାସ୍ତାରୁ ସଫା କରାଯାଇଛି। ଲୋକଙ୍କ ଘର ଉପରେ ଗଛ ପଡ଼ି ହୋଇଥିବା କ୍ଷତି ଉପରେ ଧ୍ୟାନ ଦିଆଯିବ ବୋଲି ଜଣାପଡିଛି।

ବାଲେଶ୍ବରରେ ବାତ୍ୟା ପ୍ରଭାବ

ବିଦ୍ୟୁତ ଖୁଣ୍ଟ ଉପୁଡି ସରାବରାହ ବିଛିନ୍ନ ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ସଜାଡିବା ପାଇଁ ବିଭାଗ ତରଫରୁ କୁହାଯାଇଛି। ସେହିପରି ଭୋଗରାଇ ଓ ବାଲିଆପାଳ ଆଦି ଅଞ୍ଚଳରେ ବ୍ୟାପକ ଧାନଚାଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଶହଶହ ଏକରରେ ହୋଇଥିବା ଧାନ ଚାଷ ଜମିରେ ପାଣି ପଶି ଯାଇଛି । ଏହାକୁ ନେଇ ଚାଷୀ ଚିନ୍ତାରେ ପଡିଛି। କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ କୃଷି ବିଭାଗକୁ ଦାୟିତ୍ବ ଦିଆଯାଇଛି। ଶତକଡା 40 ଭାଗ ଚାଷ ନଷ୍ଟ ହୋଇଥିବା ଜିଲ୍ଲାପାଳ କହିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.