ETV Bharat / state

କଂଗ୍ରେସ ପ୍ରାର୍ଥୀ ସୁଦର୍ଶନଙ୍କ ବିରୋଧରେ ତେଜୁଛି ଅସନ୍ତୋଷ

ଜଳେଶ୍ୱର ଆସନ ପାଇଁ କଂଗ୍ରେସ ସୁର୍ଦଶନଙ୍କୁ ପ୍ରାର୍ଥୀ କରିବା ପରେ ତେଜୁଛି ଅସନ୍ତୋଷ । ରବିବାର କେତେକ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ସମାବେଶ କରିଥିଲେ । ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Mar 24, 2019, 11:44 PM IST

ବାଲେଶ୍ୱର: ଟିକେଟ୍‌ ବଣ୍ଟାକୁ ନେଇ କଂଗ୍ରେସରେ ତେଜୁଛି ଆନ୍ଦୋଳନ । ଦଳ ମଧ୍ୟରେ ଚାଲିଥିବା ଅସନ୍ତୋଷ ପଦାରେ ପଡି ହାଟରେ ଗଡିଲାଣି । ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଟିକେଟ୍‌ ବଣ୍ଟାକୁ ନେଇ ଲାଗି ରହିଥିବା ଅସନ୍ତୋଷ ଏବେ ବିଦ୍ରୋହର ରୂପ ନେଇଛି । ଜଳେଶ୍ୱର ନିର୍ବାଚନ ମଣ୍ଡଳ ପାଇଁ ଦଳ ସୁଦର୍ଶନ ଦାସଙ୍କୁ ଟିକେଟ୍ ଦେବା ପରେ ଦଳୀୟ କନ୍ଦଳ ସାମ୍ନାକୁ ଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୁଦର୍ଶନ ଦାସ ଟିକେଟ ପାଇବାକୁ ନେଇ ଶନିବାର ଜଳେଶ୍ୱରରେକିଛି କଂଗ୍ରେସ କର୍ମୀ ଜୋରଦାର ବିରୋଧ କରିଥିଲେ, ଯାହା ଫଳରେ ଏଆଇସିସି ସଦସ୍ୟଙ୍କୁ ହଟହଟା ହେବାକୁ ପଡ଼ିଥିଲା । ମାତ୍ର ଆଜି ପୁଣି ଜଳେଶ୍ୱରବ୍ଲକର ରାଜପୁର ପଞ୍ଚାୟତରେ ସୁଦର୍ଶନଙ୍କ ବିରୋଧରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ମେଳି ବାନ୍ଧିଥିବା ଦେଖିବାକୁ ମିଳିଥିଲା ।

ଅନ୍ୟ ଆଶାୟୀମାନେ ସୁର୍ଦଶନଙ୍କ ବିରୋଧରେ ନାରାବାଜି କରିଥିଲେ । ଅସନ୍ତୁଷ୍ଟ କର୍ମୀମାନେ ଏକ ବିରାଟ ସମାବେଶର ଆୟୋଜନ କରିଥିଲେ । ଶ୍ରୀ ଦାଶଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଥିଲେ । ଆଗକୁ ଆନ୍ଦୋଳନ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.