ETV Bharat / state

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା, ପ୍ରଥମେ ଖେଳିଲେ ବିଧାୟକ ଓ ଜିଲ୍ଲାପାଳ - State level badminton competition

ବାଲେଶ୍ଵର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଇଣ୍ଡୋର୍ ହଲ୍ ଠାରେ ଉଦଘାଟିତ ହୋଇଛି ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଅଧିକ ପଢନ୍ତୁ...

ବ୍ୟାଡମିଣ୍ଟନ ଖେଳିଲେ ବିଧାୟକ ଓ ଜିଲ୍ଲାପାଳ
ବ୍ୟାଡମିଣ୍ଟନ ଖେଳିଲେ ବିଧାୟକ ଓ ଜିଲ୍ଲାପାଳ
author img

By

Published : Nov 11, 2021, 1:21 PM IST

ବାଲେଶ୍ଵର: ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଇଣ୍ଡୋର୍ ହଲ୍ ଠାରେ ଉଦଘାଟିତ ହୋଇଛି ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ବିଧାୟକ ସ୍ବରୂପ କୁମାର ଦାସ ଯୋଗ ଦେଇଛନ୍ତି । ଉଦଘାଟନୀ ଉତ୍ସବ ପରେ ବିଧାୟକ ଓ ଜିଲ୍ଲାପାଳ ବ୍ୟାଡମିଣ୍ଟନ ଖେଳିଥିବା ଦେଖିବାକୁ ମିଳିଛି।

ବ୍ୟାଡମିଣ୍ଟନ ଖେଳିଲେ ବିଧାୟକ ଓ ଜିଲ୍ଲାପାଳ

ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୧୦ ପ୍ରତିଯୋଗୀ ୧୯ ବର୍ଷରୁ କମ୍ ବାଳକ ବାଳିକା ପ୍ରତିଯୋଗିତାରେ ଅଂଶଗ୍ରଣ କରିଛନ୍ତି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଜିଲ୍ଲାର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ମୁଖ୍ୟ ବକ୍ତା ଭାବେ ସଦର ବିଧାୟକ ସ୍ବରୂପ କୁମାର ଦାସ, ରାଜ୍ୟ ବ୍ୟାଡମିଣ୍ଟନ ସଂଘର ସଭାପତି ନୀଲମ କୁମାର, ରାଜ୍ୟ ବ୍ୟାଡମିଣ୍ଟନ ଚିଫ୍ କୋଡ଼ିନେଟର ଅଜିତ ମହାନ୍ତି, ବାଲେଶ୍ଵର ଜିଲ୍ଲାର ବ୍ୟାଡମିଣ୍ଟନ ସଂଘର ସଭାପତି ମନୋରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଦିନରେ ବାଲେଶ୍ଵରରେ ୪ଟି କୋଟ ଇଣ୍ଡୋର ଷ୍ଟାଡିୟମ୍ ବହୁତ୍ ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ଘୋଷଣା ହୋଇଛି । ଏହି ପ୍ରତିଯୋଗିତା ୧୫ ତାରିଖ ଯାଏଁ ଅନୁଷ୍ଠିତ ହେବ। ପ୍ରଥମେ ବିଧାୟକ ଓ ଜିଲ୍ଲାପାଳ ବ୍ୟାଡମିଣ୍ଟନ ଖେଳିଥିବା ଦେଖିବାକୁ ମିଳିଥିଲା।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.