ETV Bharat / state

ନଗର ବିଜେପି ରଖିଲା ଦାବି, ପୂରଣ ନହେଲେ ଆନ୍ଦୋଳନ - balasore city bjp protest to solve demand

ବାଲେଶ୍ବର ନଗର ବିଜେପି ପକ୍ଷରୁ ବିଭିନ୍ନ ଦାବି ନେଇ ମ୍ୟୁନିସିପାଲଟି ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ବିଭିନ୍ନ ଦାବି ନେଇ ବାଲେଶ୍ବର ନଗର ବିଜେପିର ମ୍ୟୁନିସିପାଲଟି ଅଫିସରେ ବିକ୍ଷୋଭ

author img

By

Published : Mar 24, 2021, 8:49 PM IST

ବାଲେଶ୍ବର: ବାଲେଶ୍ବର ନଗର ବିଜେପି ପକ୍ଷରୁ ବିଭିନ୍ନ ଦାବି ନେଇ ମ୍ୟୁନିସିପାଲଟି ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଛି ।

ବିଭିନ୍ନ ଦାବି ନେଇ ବାଲେଶ୍ବର ନଗର ବିଜେପିର ମ୍ୟୁନିସିପାଲଟି ଅଫିସରେ ବିକ୍ଷୋଭ

ନଗର ବିଜେପିର ଦାବି ଅନୁସାରେ, ସ୍ୱଚ୍ଛ ଭାରତ ଯୋଜନାରେ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଥିବା ବେଳେ ହାଉସ ହୋଲ୍ଡ ମାନଙ୍କ ପାଖରୁ ୟୁଜର୍ସ ଫି ଆଦାୟକୁ ତୁରନ୍ତ ବନ୍ଦ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ଓ ବସ୍ତି ବାସିନ୍ଦାଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବା, ପିଡିଏସ ସାମଗ୍ରୀ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ଵାରା ବଣ୍ଟନ କରିବା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳଛତ୍ର ଖୋଲିବା, ଉଚ୍ଛେଦ କରାଯାଇଥିବା ଉଠାଦୋକାନୀଙ୍କୁ ତୁରନ୍ତ ଥଇଥାନ କରିବା ଭଳି ଦାବି ହୋଇଛି । ଦାବି ଗୁଡିକ ଆଗାମୀ 7 ଦିନ ଭିତରେ ପୂରଣ ନହେଲେ ନଗର ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.