ବାଲେଶ୍ଵର: ଓମାନରେ କୋରନା ଆକ୍ରାନ୍ତରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ । ମୃତକ ଜଣଙ୍କ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ବାଇଗଣବାଡ଼ିଆ ଅଞ୍ଚଳର ଅନନ୍ତ ବେହେରାଙ୍କ ପୁଅ ଧନଞ୍ଜୟ ।
ଧନଞ୍ଜୟ ଓମାନର ଏକ ହୋଟେଲରେ କାମ କରୁଥିଲେ। 20 ଦିନ ପୂର୍ବରୁ ଧନଞ୍ଜୟ ସେଠାରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଏପଟେ ଧନଞ୍ଜୟଙ୍କ ମୃତ୍ୟୁ ଖବର ପାଇ ପରିବାର ଓ ଗାଁ ଲୋକ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାଏକ, ଇଟିଭି ଭାରତ