ETV Bharat / state

ବାଲେଶ୍ଵରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ - ବାଲେଶ୍ଵରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମର ସିଧାପ୍ରସାରଣ

ବାଲେଶ୍ଵରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ଭର୍ଚୁଆଲ ମୋଡରେ କଥା ହେଲେ ମୋଦି । ପିଏମ-କିଶାନ ଯୋଜନାରେ ପ୍ରାୟ ୧୦ କୋଟି ଚାଷୀଙ୍କୁ ୨୧ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ । ଅଧିକ ପଢ଼ନ୍ତୁ

ବାଲେଶ୍ଵରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ

author img

By

Published : May 31, 2022, 10:57 PM IST

ବାଲେଶ୍ବର: କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭର୍ଚୁଆଲ ମୋଡରେ କଥାବାର୍ତ୍ତା କରିଛନ୍ତି । ଏହି ଅବସରରେ ପିଏମ-କିଶାନ ଯୋଜନାରେ ଦେଶର ପ୍ରାୟ ୧୦ କୋଟି ଚାଷୀ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

ହିମାଚଳ ପ୍ରଦେଶ ରାଜଧାନୀ ଶିମଲାଠାରେ ପ୍ରଧାନମନ୍ତ୍ରୀ ପହଞ୍ଚି ସେଠାରେ ଆୟୋଜିତ ଗରୀବ କଲ୍ୟାଣ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ଦେଶର ବିଭିନ୍ନ ଭାଗରେ ଉପସ୍ଥିତ ହିତାଧିକାରୀମାନଙ୍କୁ କେନ୍ଦ୍ରୀୟ ଯୋଜନା ଦ୍ବରା ମିଳୁଥିବା ଲାଭ ଓ ସୁବିଧା ସମ୍ପର୍କରେ ବୁଝାଇଥିଲେ । ଏନେଇ ବାଲେଶ୍ବର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାର ହିତାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏଥିରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଓ ତାହାର ସଫଳତା ଉପରେ ପ୍ରଧାନମନ୍ତ୍ରୀ ମୋଦି ଆଲୋକପାତ କରିଥିଲେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଉପସଭାପତି ଅନସୂୟା ପ୍ରଧାନ, ଭଦ୍ରକ ସାଂସଦଙ୍କ ପ୍ରତିନିଧି ଅଶ୍ବିନୀ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.