ବାଲେଶ୍ଵର: ଜିଲ୍ଲାପାଳ ଅଫିସ ଆଗରେ ଯୁବ କଂଗ୍ରେସର ବିକ୍ଷୋଭ । JEE ଓ NEET ପରୀକ୍ଷା ସ୍ଥଗିତ ରଖିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଛି।
ବାଲେଶ୍ଵର ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସଙ୍କ ନେତୃତ୍ବରେ JEE ଓ NEET ପରୀକ୍ଷା ସ୍ଥଗିତ ରଖିବା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କୋରୋନା ସମୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ପରୀକ୍ଷା କରାଯିବା ଘଟଣାକୁ ବିରୋଧ କରାଯାଇଛି। ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନେବା ବଦଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଜୀବନ ବିପଦକୁ ସରକାର ଠେଲି ଦେଉଥିବା ଅଭିଯୋଗ କରିଛନ୍ତି। ଏନେଇ ଯୁବ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ