ETV Bharat / state

11days of Train Tragedy: ସେଦିନ ଶୁଭୁଥିଲା ଆର୍ତ୍ତ ଚିତ୍କାର, ଆଜି ଶୁଭୁଛି ହରିନାମ - ବାହାନଗା ପାଳୁଛି ଏକାଦଶାହ

ଆଜି ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୁରିଛି ୧୧ ଦିନ । ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଆଜି ଅନୁଷ୍ଠିତ ହୋଇଛି ବିଶ୍ବଶାନ୍ତି ମହାଯଜ୍ଞ । ଗତକାଲି ବାହାନଗାବାସୀ ଶୁଦ୍ଧି ହୋଇ ସାମୁହିକ ମୁଣ୍ଡନ ହୋଇଥିବା ବେଳେ ଆଜି ପାଳିଛନ୍ତି ଏକାଦଶାହ । ଦେଖନ୍ତୁ ଏହି ରିପୋର୍ଟ

Jangya at bahanaga
Jangya at bahanaga
author img

By

Published : Jun 12, 2023, 6:30 PM IST

ଶୁଭୁଛି ହରିନାମ

ବାଲେଶ୍ଵର: ଜିଲ୍ଲା ବାହାନଗା ଅଞ୍ଚଳବାସୀ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ କରାଯାଉଛି ଶ୍ରଦ୍ଧାଞ୍ଜଳି ଜ୍ଞାପନ । ଗତ ୨ ତାରିଖରେ ବାହାନଗା ଅଞ୍ଚଳରେ ଶୁଭୁଥିଲା ଲୋକମାନଙ୍କ ଆର୍ତ୍ତ ଚିତ୍କାର । ଆଜି ଏହି ଅଞ୍ଚଳରେ ଶୁଭୁଛି ହରିନାମ । ଯେଉଁଠି ଅନେକ ମନରେ କୁହୁଳିଥିଲା କାହାକୁ ହରାଇବାର ନିଆଁ, ସେଇଠି ଆଜି ହୋମ ନିଆଁରେ ପୁରା ପରିବେଶ ଶୁଦ୍ଧି କରଣ କରାଯାଉଛି । ଗତକାଲି ସାମୁହିକ ମୁଣ୍ଡନ ପରେ ଆଜି ୧୧ ଦିନ ପୁରିଥିବା ବେଳେ ଟ୍ରେନରେ ପ୍ରାଣ ହରାଇଥିବା ଲୋକଙ୍କ ଅମର ଆତ୍ମାର ସଦଗତି ପାଇଁ ଆଜି ଅଞ୍ଚଳବାସୀ ପୁରା ପରିବେଶରେ ଶାନ୍ତି ଯଜ୍ଞର ଅନୁଷ୍ଠିତ କରିଛନ୍ତି । ରକ୍ତ ସମ୍ପର୍କ ନଥାଇ ମଧ୍ୟ ଶୁଦ୍ଧିକ୍ରିୟାରେ ସାମିଲ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ।

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଥିପାଇଁ ମୃତକଙ୍କ ପାଇଁ ଗତକାଲି (ରବିବାର) ବାହାନଗା ଅଞ୍ଚଳର ପ୍ରାୟ ୧୩୦ ଜଣ ଲୋକ ଲଣ୍ଡା ହୋଇଥିବା ଦେଖିବାକୁ ମିଳିଥିଲା । ସମସ୍ତ ରୀତିନୀତି ଅନୁସାରେ ଦଶାହ କାର୍ଯ୍ୟ କରାଯିବା ପରେ ଆଜି ଏକାଦଶାହ କାର୍ଯ୍ୟ ସମାପନ ହେଉଛି । ସର୍ଵଧର୍ମ ସମନ୍ଵୟରେ ପ୍ରାର୍ଥନା, ଯଜ୍ଞ, ହୋମ, ଆଦି ଅନୁଷ୍ଠିତ ହୋଇଥିଲା । ମୁସଲିମ ସମ୍ପ୍ରଦାୟର ମୌଲାନାମାନଙ୍କ ଦ୍ବାରା କୋରାନ ପାଠ କରାଯାଇଥିଲା । ସେହିପରି ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ଈଶ୍ବରଙ୍କ ପାଖରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥଲା । ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଫାଦରମାନେ ପ୍ରାର୍ଥନାରେ ଯୋଗ ଦେଇଥିଲେ । ସେହିପରି ବାହାନଗା ଅଞ୍ଚଳରେ ଧାର୍ମିକ ପରିବେଶ ସୃଷ୍ଟି ଲାଗି ବାହାନଗା, ସୋର ଅଞ୍ଚଳବାସୀ ଓ ବାଲେଶ୍ବର ସାମାଜିକ ସଂଗଠନର କର୍ମକର୍ତ୍ତା ସକାଳ ୫ଟାଠାରୁ ବିଶ୍ବଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିଲା ।

ଏହା ବି ପଢନ୍ତୁ- Train Tragedy: ଆଜି ଦଶାହ, ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ସାମୂହିକ ମୁଣ୍ଡନ

ଏହି ବିଶ୍ବଶାନ୍ତି ମହାଯଜ୍ଞର ଆୟୋଜକ ଅଶ୍ବିନୀ ମହାପାତ୍ର କହିଛନ୍ତି, "ଜୁନ୍‌ ୨ ତାରିଖ ଅଞ୍ଚଳ ସମେତ ଦେଶ ପାଇଁ କଳା ଦିନ ଥିଲା । ଏହି ଦୁର୍ଘଟଣାରେ ଅନେକ ପ୍ରାଣ ହରାଇଥିବା ବେଳେ ଆଜି ବି ଅନେକ ଚିକିତ୍ସାଧୀନ ରହିଛନ୍ତି । ସେପଟେ କିଛି ମୃତକଙ୍କ ମୃତଦେହକୁ ମଧ୍ୟ ଚିହ୍ନଟ କରାଯାଇ ପାରୁନାହିଁ । ଏଣୁ ସେମାନଙ୍କର ହୁଏତ ଶୁଦ୍ଧିକ୍ରିୟା ପାଳନ ହୋଇପାରିବ ନାହିଁ । ଏଣୁ ଅଞ୍ଚଳର ସମସ୍ତ ସଂଗଠନ, ସରପଞ୍ଚ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଛି ଏହି ବିଶ୍ବଶାନ୍ତି ମହାଯଜ୍ଞ । ଏହି ଯଜ୍ଞରେ ସବୁ ଧର୍ମ ସାମିଲ ହୋଇଛନ୍ତି । ସମସ୍ତେ ଅକାଳରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ।"

ସକାଳ ୯ଟାରୁ ଅଖଣ୍ଡ ଗାୟତ୍ରୀମନ୍ତ୍ର ଜପ, ସକାଳ ୧୦ଟାରେ ସର୍ଵଧର୍ମ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହାସହ ସାମୁହିକ ବେଦପାଠ ଓ ୧୦୦୮ ଦୀପ ଦାନ କରାଯାଇଥିଲା । ଏହାସହ ସମଗ୍ର ପରିବେଶରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଦିନ ତମାମ ହରିନାମ ସଂକୀର୍ତ୍ତନ କରାଯାଉଛି । ବାହାନଗା ସ୍କୁଲରେ ମୃତଦେହ ରଖାଯାଇଥିବା ବେଳେ ପିଲା ଓ ଶିକ୍ଷକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ସ୍କୁଲ ନୂଆ ଭାବେ ତିଆରି ହେବାର ସମସ୍ତ ଯୋଜନା ସରିଛି । ସେହି ସ୍କୁଲ ପଡ଼ିଆରେ ଆଜି ସର୍ଵଧର୍ମ ସମନ୍ୱୟ କାର୍ଯ୍ୟକ୍ରମ ଚାଲୁଛି । ଯେଉଁଥିରେ ସବୁ ବର୍ଗର ଲୋକମାନେ ସାମିଲ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ନିଜକୁ ହଜାଇ ଦେଉଥିବା ଦେଖିବାକୁ ମିଳିଛି ।

ଖାଲି ସେତିକି ନୁହେଁ, ସୋର ଆଦର୍ଶ ଯୁବ ପରିଷଦର ସଦସ୍ୟମାନଙ୍କ ଦ୍ୱାରା ପ୍ରବଳ ଖରାରୁ ରକ୍ଷା ପାଇଁ ଦହି ସରବତ ବଣ୍ଟାଯିବା ସହ ପଡ଼ିଆରେ ପଡୁଥିବା ଅଳିଆ ସଫା କରାଯାଉଥିବା ଦେଖିବାକୁ ମିଳିଥିଲା । ସେହିପରି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ ସାହୁ ନିଜ ତରଫରୁ ଗତକାଲି ଲଣ୍ଡା ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଧୋତି ଯୋଡ଼ ଏବଂ ଯଜ୍ଞ କାର୍ଯ୍ୟରେ ନିୟୋଜିତ ବ୍ରାହ୍ମଣଙ୍କ ପାଇଁ ଧୋତି ଗାମୁଛା ସହ ସେମାନଙ୍କ ବିଦାକି ନେଇ ଆସିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଭିନ୍ନ ରାଜନୈତିକ ଦଳର ନେତାମନ୍ତ୍ରୀମାନେ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା । ଶକ୍ତିମନ୍ତ୍ରୀ ତଥା ବାଲେଶ୍ଵର ପ୍ରଭାରୀ ପ୍ରତାପ ଦେବ ଯଜ୍ଞସ୍ଥଳକୁ ଆସି ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା । ତେବେ ଅଜଣା ଲୋକଙ୍କ ପାଇଁ ଅଞ୍ଚଳବାସୀ ଯେଉଁ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ତାହା ନିଶ୍ଚିତ ଭାବେ ସବୁଦିନ ପାଇଁ ମନେ ରହିବ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.