ETV Bharat / state

କିଡନୀ ରୋଗରେ ଛଟପଟ ଦେଢ ବର୍ଷର ଶିଶୁ, ସହଯୋଗ କଲେ ବଞ୍ଚିବ ଜୀବନ

କୁନି ଶିଶୁଟି ଜୀବନ ସହିତ ସଂଗ୍ରାମ ଜାରି ରଖିଛି । ଟଙ୍କା ଖର୍ଚ୍ଚ କରି କରି ବାପା ମା’ ସବୁକିଛି ବିକି ସାରିଲେଣି । ତେବେ ଶେଷ ଭରସା ପ୍ରଶାସନ । ଯଦି ପ୍ରଶାସନର ନଜର ନପଡେ, ତେବେ ଗରିବ ପରିବାରରେ ଫୁଟିଥିବା ଫୁଲଟିର କଣ ହେବ ଭବିଷ୍ୟତ ତାହା କହିବା ଅନିଶ୍ଚିତ । ଅଧିକ ପଢନ୍ତୁ

କିଡନୀ ରୋଗରେ ଦେଢ଼ ବର୍ଷର ଶିଶୁ: ସହଯୋଗ କଲେ ବଞ୍ଚିବ ଜୀବନ

author img

By

Published : Jan 14, 2022, 8:55 PM IST

ବାଲେଶ୍ବର: ଦୁନିଆକୁ ଭଲରେ ଦେଖିନଥିବା ଓ ଜୀବନ କ’ଣ ବୁଝିବା ଆଗରୁ ଜୀବନ ସହିତ ସଂଗ୍ରାମ କରୁଛି ଦେଢ଼ ବର୍ଷର ଶିଶୁପୁତ୍ର । ଠିକରେ କଥା କହିପାରୁ ନଥିବା ବେଳେ ଏବେ ସେ କିଡନୀ ରୋଗରେ ପୀଡିତ ହୋଇ ପାଉଛି କଷ୍ଟ ଓ ଯନ୍ତ୍ରଣା । ପରିବାର ଲୋକେ ପୁଅର ଚିକିତ୍ସା ପାଇଁ ଏବେ ବାରଦୁଆର ହେଉଛନ୍ତି । ଏଥିପାଇଁ ସେମାନେ ଲୋଡିଛନ୍ତି ସହଯୋଗ । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ମଚ୍ଛଦା ଗାଁର ଅକ୍ଷୟ ଦାସଙ୍କ ପୁଅ ଚନ୍ଦନଙ୍କ କଥା ।

କିଡନୀ ରୋଗରେ ଦେଢ଼ ବର୍ଷର ଶିଶୁ: ସହଯୋଗ କଲେ ବଞ୍ଚିବ ଜୀବନ

ଚନ୍ଦନ ଜନ୍ମ ହେବାର କିଛିଦିନ ପରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ବାପା ମା’ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ସୋର ଓ ପରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରି ଚନ୍ଦନ କିଡନୀ ରୋଗରେ ପୀଡିତ ବୋଲି ଜଣାପଡିଥିଲା । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚନ୍ଦନଙ୍କୁ କଟକ ଶିଶୁ ଭବନକୁ ନେଇ ଚିକିତ୍ସା କରିବା ସହ ଅସ୍ତ୍ରୋପଚାର କରାଇଥିଲେ । ମାତ୍ର ଅସ୍ତ୍ରୋପଚାର ହୋଇଥିବା ସ୍ଥାନଟି ଏଯାଏଁ ଶୁଖିନଥିବା ବେଳେ ସେହିବାଟ ଦେଇ ଚନ୍ଦନ ପରିଶ୍ରା କରୁଛି । ଏଥିପାଇଁ ଆଉଥରେ ଅସ୍ତ୍ରୋପଚାର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଯାହାକି ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବା ବେଳେ ବାପା ମା’ ଅର୍ଥ ଯୋଗାଡ଼ କରିବାକୁ ଅସମର୍ଥ । ଚନ୍ଦନଙ୍କ ବାପା ଅକ୍ଷୟ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା କେମିତି ଯୋଗାଡ଼ କରିବେ ସେ ଚିନ୍ତାରେ ରହିଛନ୍ତି ।

ପୁଅର ଚିକିତ୍ସା ପାଇଁ ଯାହା କିଛି ସୁନା ଗହଣା ଥିଲା ସେସବୁ ବିକ୍ରି କରିବା ସହ ଧାର କରଜ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି । ଏବେ ପ୍ରତ୍ୟକ ମାସ ପୁଅର ଔଷଧ କିଣିବା ଖର୍ଚ୍ଚ, ଟଙ୍କା ଅଭାବରୁ ତାହା ମଧ୍ୟ ସମ୍ଭବ ହେଉନି । ଏପଟେ ଯନ୍ତ୍ରଣାରେ ଛଟପଟ ହେଉଛି ଚନ୍ଦନ । ଏବେ ଅସ୍ତ୍ରୋପ୍ରଚାର ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାରୁ ସରକାରଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନକୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ଚନ୍ଦନର ବାପା ମାଆ । ଚନ୍ଦନଙ୍କ ପରିବାରର ଦୁଃଖ ଶୁଣି ସରକାର ଏବଂ ବୈଦାନ୍ୟ ବ୍ୟକ୍ତିମାନେ ଆର୍ଥିକ ସହାୟତାର ହାତ ବଢ଼ାଇଲେ ଶିଶୁଟିର ଜୀବନ ବଞ୍ଚିଯାଇ ପାରନ୍ତା ବୋଲି ପଡୋଶୀ କହିଛନ୍ତି । ଯଦି ଚନ୍ଦନଙ୍କୁ ସହଯୋଗ କରିବା ପାଇଁ ଚାହୁଁଛନ୍ତି ତେବେ ତାଙ୍କ ମା’ଙ୍କ ଆକାଉଣ୍ଟ ନମ୍ବରରେ ସହଯୋଗ କରିବାକୁ ନିବେଦନ ।

Contact :

Name: KABITA MALIK
AC NO: 535310110008954
IFSC CODE: BKID0005353
MO: 6372299583

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.