ବାଲେଶ୍ବର: ଆୟୁଷ ଡାକ୍ତରଙ୍କ କଳାବ୍ୟାଚ ପରିଧାନ । ବାଲେଶ୍ଵର ଜିଲ୍ଲା ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ ଡାକ୍ତର ସଙ୍ଘ ପକ୍ଷରୁ କଳାବ୍ୟାଚ ପରିଧାନ କରାଯିବା ସହ 8 ଦଫା ଦାବି ଉପସ୍ଥାପନ କରିଛନ୍ତି ।
ବାଲେଶ୍ଵର ଜିଲ୍ଲାର ଆୟୁଷ ଡାକ୍ତର ସଂଘ ପକ୍ଷରୁ ହୋଇଥିବା ଦାବି ଗୁଡିକ ମଧ୍ୟରେ, କୋଭିଡ ଡିୟୁଟିରେ କାର୍ଯ୍ୟରତ ସମସ୍ତ ଆୟୁଷ ଡାକ୍ତରମାନଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କରିବା । ଏହା ସହ ମାସିକ ବେତନ 50 ହଜାର ଟଙ୍କା ଓ ନିୟମିତ କରିବା ଭଳି 8 ଦଫା ଦାବିରେ ସଂଘର କର୍ମକର୍ତ୍ତାମାନେ ସିଡିଏମଓ ଅଫିସ ଆଗରେ କଳାବ୍ୟାଚ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ