ବାଲେଶ୍ବର: ଆସିଲାଣି ଖରାଦିନ, ଏହି ଦିନରେ ବିଶେଷ କରି ଜଙ୍ଗଲରେ ନିଆଁ ଲାଗିବା ଭଳି ଘଟଣା ସାମ୍ନାକୁ ଆସିଥାଏ । ଆଉ ଅଗ୍ନିକାଣ୍ଡକୁ ରୋକିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକ ହୋଇଛି । ଏହାକୁ ନେଇ ସାମାଜିକ ସଂଗଠନ ମୁନ କମ୍ୟୁନିକେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରାଯାଇଛି ।
ଧାନ ଅମଳ ପରେ ଜଙ୍ଗଲ ପାଖରେ ଥିବା ନଡ଼ାକୁ ଅଗ୍ନି ସଂଯୋଗ ନକରିବା, ଜାଳେଣି କାଠ ସଂଗ୍ରହ କରୁଥିବା ଲୋକମାନେ ଜଙ୍ଗଲ ମଝିରେ ଯେମିତି ଧୁମପାନ ନକରନ୍ତି ସେଥପ୍ରତି ଦୃଷ୍ଟି ଦେବା, ଜଙ୍ଗଲରେ ସହବାସ କରୁଥିବା ବନ୍ୟଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷା ଦାୟିତ୍ଵ ସହ ଗଛ ଯେପରି କଟାନଯିବ ସେଥପ୍ରତି ଯତ୍ନବାନ ହେବାପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ