ବାଲେଶ୍ବର: କରୋନା କଟକଣା ଯୋଗୁଁ ଅଟୋ ଚାଳକ ମାନଙ୍କର ଆର୍ଥିକ ପରିସ୍ଥିତିରେ ତାଲା ପଡିଛି। କ୍ରମାଗତ ଭାବେ ଲକଡାଉନ୍ ଏବଂ ସଟ୍ ଡାଉନ୍ ପାଇଁ ଅଟୋ ଚାଳକମାନେ ପରିବାର ଚଳାଇବା ପାଇଁ କଷ୍ଟ ଭୋଗୁଛନ୍ତି।
ଅଟୋ ଚଳାଚଳ ବନ୍ଦ ଥିବା ଯୋଗୁଁ ବ୍ୟାଙ୍କ ଋଣ ସୁଝିବାରେ ନାନା ସମସ୍ୟା ହେଉଛି। ଏଥିପାଇଁ ମାସିକ ୭୫୦୦ଟଙ୍କା ୬ମାସ ପର୍ଯ୍ୟନ୍ତ ସହାୟତା ଦେବା ସହିତ, ମାସିକ ୧୦କିଗ୍ରା ଚାଉଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦେବାପାଇଁ ଦାବି ହୋଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ