ETV Bharat / state

ମାତିଛନ୍ତି ଏଟିଏମ ଲୁଟେରା, ଗ୍ୟାସ କଟରରେ କାଟି ଲୁଟିଲେ ଟଙ୍କା

author img

By

Published : Dec 23, 2020, 10:27 AM IST

ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଧିନ ଜାମଶୁଳି ନିକଟରେ ଥିବା ଏକ ଏଟିଏମରୁ ଲୁଟିନେଲେ ଲୁଟେରା । ଅଧିକ ପଢନ୍ତୁ...

ମାତିଛନ୍ତି ଏଟିଏମ ଲୁଟେରା
ମାତିଛନ୍ତି ଏଟିଏମ ଲୁଟେରା

ବାଲେଶ୍ବର: ଜିଲ୍ଲାରେ ମାତିଛନ୍ତି ଏଟିଏମ ଲୁଟେରା । ଗତ କିଛି ଦିନ ହେବ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଟିଏମ ଲୁଟ ହେବା ଘଟଣା ସାମ୍ନାକୁ ଆସିଛି। ଆଜି ସେହି ଘଟଣାର ପୁନରାବୃତ୍ତି ହୋଇଛି । ଜିଲ୍ଲାର ସିଂଲା ଥାନା ଅଧିନ ଜାମଶୁଳି ନିକଟରେ ଥିବା ଏଟିଏମରୁ ଲୁଟ ହୋଇଥିବା ଦେଖିବାକୁ ମିଳିଛି ।

ମାତିଛନ୍ତି ଏଟିଏମ ଲୁଟେରା

କିଛି ଦୁବୃର୍ତ୍ତ ଗ୍ୟାସ କଟରରେ ଏଟିଏମ କାଟି ଟଙ୍କା ଲୁଟି ନେଇଥିବା ଦେଖିବାକୁ ମିଳିଛି । ଲୁଟ ନେଇ ପ୍ରଥମେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହା ପରେ ପୋଲିସକୁ ଖବର ଦେବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଏ କିଛି ଦିନ ତଳେ ଜିଲ୍ଲାର ଗୋପାଳପୁର ବଜାରରେ ଥିବା ଷ୍ଟେଟ ବ୍ୟାଙ୍କର ଏଟିଏମ ତାଡ଼ି ଟଙ୍କା ଲୁଟି ନେଇଥିଲେ ଲୁଟେରା । ବାରମ୍ବାର ଜିଲ୍ଲାରେ ଏପରି ଲୁଟ ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.