ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ ଏକ ଏଟିଏମରୁ ଲୁଟ ହୋଇଛି ଟଙ୍କା । ଦୁର୍ବୃତ୍ତମାନେ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିଥିବା ଦେଖିବାକୁ ମିଳିଛି ।
କମର୍ଦ୍ଦା ବଜାରରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟିନେଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେତେଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ