ବାଲେଶ୍ବର : ଆଶାକର୍ମୀଙ୍କ ବିକ୍ଷୋଭ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମହାମାରୀ ସମୟରେ ଆଶାକର୍ମୀମାନେ ନିର୍ଭିକ ଭାବରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ବହୁ ସେବାମୂଳକ କାର୍ଯ୍ୟ କରିଥିଲେ।
ମାତ୍ର ଆଶାକର୍ମୀମାନେ ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ବାରମ୍ବାର ଅବଗତ କରାଇଥିଲେ । ହେଲେ ସେମାନଙ୍କ ଦାବି ପୂରଣ ଦିଗରେ ଦୃଷ୍ଟି ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଶେଷରେ ଏକ ପ୍ରତିନିଧି ମଣ୍ଡଳୀ ୧୦ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ