ETV Bharat / state

ପଞ୍ଚାୟତ ଫାଇଟ ବେଳେ କଳାକାରଙ୍କ ପକେଟ ଗରମ, ରୋଜଗାର ଦେଲା ନିର୍ବାଚନୀ ଗୀତ

author img

By

Published : Feb 1, 2022, 8:21 AM IST

ନିର୍ବାଚନୀ ଗୀତ ରେକର୍ଡ଼ିଂ ପାଲିଟିଛି ରୋଜଗାରର ପନ୍ଥା । ବାଲେଶ୍ବର ଷ୍ଟୁଡିଓରେ ଚାଲିଛି ଗୀତ ରେକର୍ଡିଂ । ଅଧିକ ପଢନ୍ତୁ

ରୋଜଗାର ଦେଲା ନିର୍ବାଚନୀ ଗୀତ  , ଆଶ୍ବସ୍ତୀ କଳାକାର

ବାଲେଶ୍ବର: ରୋଜଗାର ଦେଲା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ନିର୍ବାଚନୀ ଗୀତ ରେକର୍ଡ଼ିଂ ଏବେ ପାଲିଟିଛି ରୋଜଗାରର ପନ୍ଥା । ଚଳିତ ନିର୍ବାଚନରେ କୋରୋନା କଟକଣା ଲାଗିଥିବାରୁ ପ୍ରାର୍ଥୀଙ୍କ ସମେତ କେବଳ 5 ଜଣ ଘର ଘର ବୁଲି ପ୍ରଚାର କରିବାକୁ ନିୟମ ରହିଛି । ଏଥି ସହ ରାଲି ଓ ସମାବେଶ ଉପରେ କଟକଣା ଲଗାଯାଇଛି । ଏଥିପାଇଁ ଏବେ ଡିଜିଟାଲ ପ୍ରଚାରର ଚାହିଦା ବଢିଛି।

ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ସଂଗ୍ରହ ପାଇଁ ଆରମ୍ଭ ହୋଇଛି ବିଭିନ୍ନ ଗୀତ ରେକର୍ଡ଼ିଂ। ପଞ୍ଚାୟତ ନିର୍ବାଚନକୁ ନେଇ ବାଲେଶ୍ବର ଜିଲ୍ଲା ସରଗରମ ଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଷ୍ଟୁଡିଓରେ ପ୍ରସ୍ତୁତି ଚାଲିଛି ନିର୍ବାଚନୀ ଗୀତ।

ଗୀତ ପ୍ରସ୍ତୁତ କରିବା ପାଇଁ ପୁରା ଦମ୍ ରେ ଲାଗି ପଡିଛନ୍ତି ଗୀତିକାର , ସଙ୍ଗୀତ ନିର୍ଦ୍ଦେଶକ ଆଉ କଣ୍ଠ ଶିଳ୍ପୀ ତଥା ବାଦ୍ୟକାର। ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଗୀତ ପ୍ରସ୍ତୁତି ପାଇଁ ଷ୍ଟୁଡିଓ ଗୁଡିକରେ ବରାଦ ଦେଉଛନ୍ତି। ଯାହାକୁ ନେଇ ଗୀତ ପ୍ରସ୍ତୁତି କରିବାରେ ଲାଗି ପଡିଛନ୍ତି ରେକର୍ଡ଼ିଂ ଷ୍ଟୁଡିଓ ମାଲିକ।

ଏହି ଗୀତ ପ୍ରସ୍ତୁତ ଯୋଗୁଁ କରୋନା ସମୟରେ ହାତବାନ୍ଧି ବସିଥିବା ଅନେକ କଳାକାର ପାଇଛନ୍ତି ରୋଜଗାର। ଅନେକ ଲୁକାୟିତ ପ୍ରତିଭା ମଧ୍ୟ ପାଉଛନ୍ତି ସୁଯୋଗ। ଆଉ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସେମାନଙ୍କ ପାଇଁ ସୁଯୋଗ ଆଣି ଦେଇଛି। ନିର୍ବାଚନ ପାଇଁ ଏବେ ପ୍ରାର୍ଥୀ ମାନେ ଅଧିକ ରୁ ଅଧିକ ଅର୍ଡର ଦେଇଥିବା ଭଲ ଦୁଇପଇସା ରୋଜଗାର ହୋଇପାରୁଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.