ETV Bharat / state

ପିଲା କଳିରୁ ଶଳାକୁ ତୀର ମାରିଲା ଭିଣୋଇ

author img

By

Published : Oct 20, 2022, 4:16 PM IST

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ଫଟାଆମ୍ବ ଗ୍ରାମରେ ସାମନ୍ୟ ଝଗଡାକୁ ନେଇ ଶଳାକୁ ତୀର ମାରି ଗୁରୁତର କଲା ଭିଣୋଇ । ଅଧିକ ପଢନ୍ତୁ

ପିଲା କଳିରୁ ଶଳାକୁ ତୀର ମାରିଲା ଭିଣୋଇ
ପିଲା କଳିରୁ ଶଳାକୁ ତୀର ମାରିଲା ଭିଣୋଇ

ବାଲେଶ୍ବର: ସାମନ୍ୟ ଝଗଡାକୁ ନେଇ ଶଳାକୁ ତୀର ମାରି ଗୁରୁତର କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ଫଟାଆମ୍ବ ଗ୍ରାମରେ । ସାମାନ୍ୟ ପିଲା କଳିରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

ତେବେ ସୂଚନା ଅନୁଯାୟୀ, ସାଲୁ ସିଂ ଏବଂ ସେହି ଗ୍ରାମ ର ମୁଟୁ ସିଂ ଙ୍କ ସହିତ ଝଗଡା ହୋଇଥିଲା । ମୁଟୁ ସିଂ ଉତକ୍ଷିପ୍ତ ହୋଇ ସାଲୁ ସିଂ କୁ ପଛ ପଟୁ ତୀର ବିନ୍ଧି ଦେଇଥିଲେ । ଫଳରେ ପିଠିରେ ତୀରଟି ପଶି ରହିଥିବା ବେଳେ ସାଲୁ ଅଚେତ ହୋଇ ତଳେ ପଡିଯାଇଥିଲା।

ତେବେ ଗ୍ରାମବାସୀ 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସୋର ଡାକ୍ତରଖାନା ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ତୀର ମାରିଥିବା ଭିଣୋଇଙ୍କୁ ଗାଁ ଲୋକେ ଅଟକ ରଖି ପୋଲିସ ଜିମାରେ ଦେଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.