ETV Bharat / state

10 ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନବାଡି କର୍ମୀ, ସିଡିପିଓ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ

author img

By

Published : Jul 26, 2023, 1:20 PM IST

ଦଶ ଦଫା ଦାବି କରି ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଙ୍ଘ ପକ୍ଷରୁ ଆନ୍ଦୋଳନ । ହଇରାଣ କରିବା ସହ ମାନସିକସ୍ତରରେ ନିର୍ଯାତନା ଦେଉଥିବା ସିଡିପିଓ ନାଁରେ ସାଂଘାତିକ ଅଭିଯୋଗ ଆଣି ଦେଲେ ଧାରଣା । ଅଧିକ ପଢ଼ନ୍ତୁ

ଦଶ ଦଫା ଦାବି କରି ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଙ୍ଘ ପକ୍ଷରୁ ଆନ୍ଦୋଳନ

ବାଲେଶ୍ବର: ଅଙ୍ଗନୱାଡି କର୍ମୀଙ୍କୁ ଜାଣିଶୁଣି ବାରମ୍ବାର ହଇରାଣ କରିବା ସହ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା ସାଂଘାତିକ ଅଭିଯୋଗ ଆସିଛି ସିଡିପିଓ ନାଁରେ । ଏମିତି କିଛି ଅଭିଯୋଗ ସହ ଦଶ ଦଫା ଦାବି କରି ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଙ୍ଘ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅଙ୍ଗନୱାଡି କର୍ମୀ ।

ଅଭିଯୋଗ ଅନୁସାରେ, ଅଙ୍ଗନୱାଡ଼ି କେନ୍ଦ୍ରପାଇଁ ମିଳିତ ଯୁଗ୍ମ ଜମାଖାତାକୁ ବିଭିନ୍ନ ବାବଦକୁ ଅସୁଥିବା ଟଙ୍କାକୁ ଆକାଉଣ୍ଟରୁ ଟଙ୍କା ଉଠାଣ କରି ସିଡିପିଓ ଫେରସ୍ତ କରିବା ପାଇଁ କହୁଥିବା ଅଭିଯୋଗ ହୋଇଛି । ଫଳରେ କେନ୍ଦ୍ରର ଯାଞ୍ଚ କମିଟି, ମାତୃକମିଟି, ସରପଞ୍ଚ ଓ ହିତାଧିରୀମାନଙ୍କୁ ଅଙ୍ଗନବାଡି କର୍ମୀମାନେ ଅନେକ ସଫେଇ ଦେବାକୁ ପଡୁଛି । ଏମିତି କି ବିଗତ ଦିନରେ ଅଫିସ୍‌କୁ ମମତା ବୈଠକକୁ ଡାକି ବୈଠକ ବାବଦକୁ ଟି.ଏ/ ଡି.ଏ ଦେବାର ସରକାରୀ ନିର୍ଦ୍ଦେଶନାମା ଥାଇ ସୁଦ୍ଧା ଦସ୍ତଖତ କରି ନେଇ ଏପର୍ଯ୍ୟନ୍ତ କୌଣସି ଅର୍ଥ ଦେଉନାହାନ୍ତି । ଇସିସି ଟ୍ରେନିଂ ଏବଂ ମୋବାଇଲର ନୂଆ ନୂଆ ଆପ ବାବଦକୁ କୌଣସି ଟ୍ରେନିଂ ଓ ଟ୍ରେନିଂ ବାବଦକୁ କୌଣସି ଅର୍ଥ ପ୍ରଦାନ କରାଯାଇନାହିଁ । ଯାହାଫଳରେ କର୍ମୀମାନେ ପୋଷଣର କାର୍ଯ୍ୟ କରିବାରେ ସମ୍ପୂର୍ଣ୍ଣ ଅବଗତ ହୋଇପାରୁ ନଥିବା ଅଭିଯୋଗ କରିଛନ୍ତି ।

ଜିଲ୍ଲା ସଭାପତି ପ୍ରତିଭା ପାଲ କହିଛନ୍ତି, ‘‘ପୋଷଣ କାର୍ଯ୍ୟକ୍ରମ ସରକାରଙ୍କ ଅନୁଦାନ ଥିବାବେଳେ କର୍ମୀଙ୍କୁ ଘରୁ ପିଠାପଣା ଓ ଅନ୍ୟାନ୍ୟ ସାମଗ୍ରୀ ଆଣିବା ପାଇଁ ବାଧ୍ୟ କରୁଛନ୍ତି ସିଡିପିଓ । ଅଙ୍ଗନୱାଡ଼ି କର୍ମୀଙ୍କ ଯୁଗ୍ମ ପାସ୍‌ ବହିରୁ ସିଡିପିଓ ଉକ୍ତ ଅର୍ଥରାଶି ଫେରସ୍ତ ନେଇ ଅଙ୍ଗନୱାଡି କେନ୍ଦ୍ରକୁ ନିମ୍ନମାନର ଜିନିଷ ପ୍ରଦାନ କରୁଛନ୍ତି । ଏ ବାବଦରେ ଅଭିଯୋଗ କଲେ ସିଡିପିଓ ଆକ୍ରୋଶମୂଳକ ଭାବେ ରାଗ ସୁଝାଉଛନ୍ତି । ଏହାସହ ଚାକିରିରୁ ବାହାର କରିବା ପାଇଁ ଧମକ ଦେଉଛନ୍ତି । ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଟି.ଏ/ ଡି.ଏ ଦେଉ ନାହାନ୍ତି ।’’

ଏହାକୁ ନେଇ ଅଙ୍ଗନୱାଡି କର୍ମୀ ଆନ୍ଦୋଳନ କରିବା ସହ ଦାବି ଉପସ୍ଥାପନ କରିଛନ୍ତି । ଦାବି ଗୁଡିକ ହେଲା, ଅଙ୍ଗନୱାଡ଼ି କାର୍ଯ୍ୟକର୍ତା ବୀମା ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା । ବଜାର ଦର ଅନୁଯାୟୀ ଏସ୍.ଏନ୍.ପି. ବାବଦକୁ ଅର୍ଥ ପ୍ରଦାନ କରିବା । ଏସବୁ ସମସ୍ୟାର ସମାଧାନ ଆସନ୍ତା 25 ତାରିଖ ଭିତରେ ନ ହେଲେ ଅଙ୍ଗନୱାଡି କେନ୍ଦ୍ର ବନ୍ଦ କରି ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣାରେ ବସିବା ନେଇ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.