ବାଲେଶ୍ଵର: ଜିଲ୍ଲାରେ ଜଣେ କୋରୋନା ଯୋଦ୍ଧା ଟିକା ନେବା ପରେ ଅସୁସ୍ଥ ହୋଇଥିବା ସୂଚନା ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଅଧିନ ପଦ୍ମପୁର ପଞ୍ଚାୟତ ବାଙ୍କେଶ୍ଵର ଗାଁର ଜଣେ ଅଙ୍ଗନବାଡ଼ି କର୍ମୀ କୋରୋନା ଟିକା ନେବା ପରେ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି । ଅଙ୍ଗନବାଡ଼ି କର୍ମୀ ଶାନ୍ତିଲତା ଦଳେଇ ଗୁରୁବାର ଟିକା ନେଇଥିଲେ ।
ଏହାପରେ ଆଜି (ଶୁକ୍ରବାର) ତାଙ୍କୁ ପ୍ରବଳ ବାନ୍ତି ହେବା ସହ ମୁଣ୍ଡ ବୁଲାଇବାରୁ ଶାନ୍ତିଲତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୋରୋନା ଟିକା ନେବା ପରେ ଏପରି ହୋଇଥିବା ସନ୍ଦେହ କରାଯାଉଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ