ବାଲେଶ୍ବର: ବାର୍ଦ୍ଧକ୍ୟ ଭତ୍ତା ନେବାକୁ ଆସି ବୃଦ୍ଧ ମୃତ । ବାଲେଶ୍ବର ବାଲିଆପାଳ ବ୍ଲକ ଜାମକୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଏଭଳି ଅଘଟଣ ଘଟିଛି । ମୃତକ ଜଣକ ହେଲେ କେନ୍ଦୁଆଡିହା ଗାଁର ମକର ମହୁରୀ ।
ଆଜି(ରବିବାର) ବୃଦ୍ଧ ଜଣକ ଟଙ୍କା ନେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ପ୍ରବଳ ଭିଡ ଲାଗି ରହିଥିବାରୁ ସେ ଲାଇନରେ ଛିଡା ହୋଇଥିବାବେଳେ ହଠାତ ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା ହେଲେ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ସେପଟେ, ବୃଦ୍ଧଙ୍କ ଏମିତି ଅଚାନକ ମୃତ୍ୟୁକୁ ନେଇ ପରିବାରରେ ଦୁଃଖର ଲହରୀ ଖେଳି ଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ