ETV Bharat / state

ବାଲେଶ୍ବରରେ କୋଭିଡ ସ୍ଥିତି ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

author img

By

Published : Apr 28, 2021, 11:35 AM IST

ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ଦ୍ବିତୀୟ ଲହରର ମୁକାବିଲା ଓ ନିରାକରଣକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳ କେ ସୁଦର୍ଶନ ଚବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ । ଅଧିକ ପଢନ୍ତୁ...

ବାଲେଶ୍ବରରେ କୋଭିଡ ସ୍ଥିତି ନେଇ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ

ବାଲେଶ୍ବର: ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ଦ୍ବିତୀୟ ଲହରର ମୁକାବିଲା ଓ ନିରାକରଣକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ । ଏହାସହ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ଵର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ, ଜଳେଶ୍ଵର ବିଧାୟକ ଅଶ୍ବିନୀ କୁମାର ପାତ୍ର, ନିଳଗିରି ବିଧାୟକ ପ୍ରମୁଖ ଉପସ୍ଥିତ ରହି କୋଭିଡ ମୁକାବିଲା ସମ୍ପର୍କିତ ଆଲୋଚନା କରିଥିଲେ ।

ବୈଠକରେ କୋଭିଡ ପରିଚାଳନା, ମୁକାବିଲା ଓ ନିରାକରଣ କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଥିଲା । ଏବଂ ଜିଲ୍ଲାରେ ୧୦ ଲିଟର ବିଶିଷ୍ଟ ୬୧୬ ଟି, ୪୬ ଲିଟର ବିଶିଷ୍ଟ ୪୨୮ ଟି ଅକ୍ସିଜେନ ସିଲିଣ୍ଡର ମହଜୁଦ ଥିବା ସୂଚନା ଦିଆଯାଇଥିଲା । ସେହିପରି ପଜିଟିଭମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ସେବା ଯୋଗାଇବା ପାଇଁ ବାଲେଶ୍ଵର ଜିଲ୍ଲା କୋଭିଡ ହସ୍ପିଟାଲରେ ୮୯, ଫକୀରମୋହନ କଲେଜ ହସ୍ପିଟାଲରେ ୧୫୦, ଆଦର୍ଶ ବିଦ୍ୟାଳୟ କୋଭିଡ କେୟାର ସେଣ୍ଟରରେ ୭୩ ଜଣଙ୍କୁ ଚିକିତ୍ସା କରାଯାଉଛି ଏବଂ ୬୭୯ ଜଣ ସଙ୍କ୍ରମିତ ରୋଗୀ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି ।

ଅନ୍ୟପକ୍ଷରେ ଟୀକାକରଣ କ୍ଷେତ୍ରରେ ଗତକାଲି ସୁଦ୍ଧା ଜିଲ୍ଲାର ୩,୬୯,୧୯୧ ଜଣକୁ କୋଭିଡ ଟିକା ପ୍ରଦାନ କରାଯାଇଥିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା । ଜିଲ୍ଲାରେ କାର୍ଯ୍ୟରତ ୨୦୧୪ ଜଣ ଆଶାକର୍ମୀଙ୍କୁ ସାଧାରଣ ଲୋକଙ୍କ ଅକ୍ସିଜେନ ସ୍ତର ମାପିବା ପାଇଁ ଅକ୍ସିମିଟର ଯୋଗାଇବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରସ୍ତାବ ଦେଇଥିଲେ । ସ୍ବାସ୍ଥ୍ୟ ବିଭାଗ ତରଫରୁ ୦୬୭୮୨-୨୬୮୮୩ ନମ୍ବରର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଜିଲ୍ଲା ପାଇଁ ଗୋଟିଏ ସ୍ବତନ୍ତ୍ର ଓ ୧୨ଟି ବ୍ଲକ ପାଇଁ ୧୨ ଟି ରାପିଡ ରେସପନ୍ସ ଟିମ, ୨୪ ଟି ମୋବାଇଲ ହେଲ୍‌ଥ ଟିମ କାର୍ଯ୍ୟକାରୀ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.