ETV Bharat / state

ବିରୋଧୀ ମେଣ୍ଟର ରଣହୁଙ୍କାର, ମୋଦି ସରକାର ବିରୋଧରେ ଲୋକଙ୍କୁ କରିବେ ସଚେତନ

author img

By

Published : Apr 28, 2023, 7:45 PM IST

କେନ୍ଦ୍ର ବିରୁଦ୍ଧରେ ମେଳି ବାନ୍ଧୁଛନ୍ତି ବିରୋଧୀ । ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ଅହ୍ବାନ ଦେଇ ଜନ ସଚେତନ କାର୍ଯ୍ଯକ୍ରମ ପାଇଁ ପ୍ରସ୍ତୁତ ବିରୋଧୀ। ଅଧିକ ପଢ଼ନ୍ତୁ

କେନ୍ଦ୍ର ବିରୁଦ୍ଧରେ ମେଳି ବାନ୍ଧୁଛନ୍ତି ବିରୋଧୀ

ବାଲେଶ୍ବର: କେନ୍ଦ୍ର ସରକାରଙ୍କ ବିରୋଧରେ ଏକତ୍ର ହେବାରେ ଲାଗିଛନ୍ତି ବିରୋଧୀ । ଗଣତନ୍ତ୍ର ଏବେ ଅସୁରକ୍ଷିତ ଥିବା ବିରୋଧୀମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ବାଲେଶ୍ବର ସହରର ଗାନ୍ଧିସ୍ମୃତି ଭବନ ପରିସରରେ ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଥିରେ ଜାତୀୟ କଂଗ୍ରେସ, ସି.ପି.ଆଇ. ସି.ପି.ଆଇ (ଏମ୍), ଆମ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଫରୱାର୍ଡ଼ ବ୍ଲକ୍ ମିଳିତ ଭାବେ ମୋଦି ସରକାର ବିରୋଧରେ ଗର୍ଜିଛନ୍ତି । ଏହାସହ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆହ୍ବାନ ଦେଇଛନ୍ତି। ସବୁ ଦଳର ରାଜ୍ୟ ସ୍ତରୀୟ ନେତା କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ସରକାରଙ୍କ ଏକଛତ୍ରବାଦ ବିଚାର ଧାରା ଉପରେ ମତବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ଏକ ସୁସ୍ଥ ଦେଶ ଗଠନ ପାଇଁ ସାଧାରଣ ଲୋକଙ୍କୁ ଆହ୍ବାନ ଦିଆଯାଇଛି।

ବରିଷ୍ଠ କମ୍ୟୁନିଷ୍ଟ ନେତା ଜନାର୍ଦ୍ଦନ ପତି କହିଛନ୍ତି, "1947 ମସିହା ଦେଶ ସ୍ବାଧିନତା ପରଠାରୁ ଦେଶରେ ଏପରି ପରିସ୍ଥିତି କେବେ ଉପୁଜି ନଥିଲା । ଏବେ ଦେଶର ଗଣତନ୍ତ୍ର, ସମ୍ବିଧାନ ବିପଦରେ ପଡିଛି । ଏହାକୁ ବଞ୍ଚାଇବା ପାଇଁ ସବୁ ବିରୋଧିଙ୍କୁ ଏକତ୍ର ହେବାକୁ ପଡିବ । କେନ୍ଦ୍ର ସରକାର ନିଜ ଏବଂ ନିଜର କୋଟିପତି ମିତ୍ରମାନଙ୍କ ଫାଇଦା ସାଧନ କରିବାରେ ଲାଗିଛି । ଗରିବ ଲୋକଙ୍କ ଉପରେ ଦରଦାମ ବୃଦ୍ଧିର ଚଡ଼କ ପଡିବାରେ ଲାଗିଛି । କେନ୍ଦ୍ର ସରକାର ଗରିବଙ୍କ ପାଇଁ କାର୍ଯ୍ଯ କରନ୍ତୁ ନଚେତ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି।"

ଅନ୍ୟପଟେ ମିଳିତ ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ରରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଅର୍ଥନୀତି ଏବଂ ସାମାଜିକ ପରିସ୍ଥିତି ଅତ୍ୟନ୍ତ ସଂକଟଗ୍ରସ୍ତ ହୋଇଛି ବୋଲି କୁହାଯାଇଛି । କେନ୍ଦ୍ର ସରକାରଙ୍କ ନୀତିଗତ ଅବସ୍ଥାନକୁ ବିରୋଧ କରିବା ଅର୍ଥ ‘ଦେଶ ଦ୍ରୋହ’ ର ଆଖ୍ୟା ମିଳୁଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ କେନ୍ଦ୍ରୀୟ ତଦନ୍ତ ସଂସ୍ଥାକୁ ଲଗାଇ ବିରୋଧୀମାନଙ୍କର କଣ୍ଠରୋଧ କରାଯାଉଛି । ଅଣବିଜେପି ରାଜ୍ୟ ସରକାରମାନଙ୍କୁ ଭାଙ୍ଗିବା ପାଇଁ କୋଟିକୋଟି ଟଙ୍କା ବିଜେପି ଖର୍ଚ୍ଚ କରୁଛି । ଏବେ ଅଦାଲତର ଦଣ୍ଡାଦେଶର ଆଳ ନେଇ ଗୋଟିଏ ଦିନ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରି ଦିଆଗଲା । ଚାର୍ଜସିଟ ପ୍ରସ୍ତୁତ କରି ନ ପାରି ମଧ୍ୟ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍‌ରେ ରଖୁଛନ୍ତି । ଏବେ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଜେରା କରୁଛି। ସୂଚନା ପ୍ରଯୁକ୍ତି ନିୟମାବଳୀ (IT Rules)ରେ ସଂଶୋଧନ କରାଯାଇ ସାମାଜିକ ଗଣମାଧ୍ୟମରେ କଣ୍ଠରୋଧ ପାଇଁ ବ୍ୟବସ୍ଥା କରିଛନ୍ତି କେନ୍ଦ୍ରର ବିଜେପି ସରକାର।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.