ବାଲେଶ୍ବର: ଜିଲ୍ଲା ନୀଳଗିରି ଅଞ୍ଚଳର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୋଲିସ ଆକ୍ରୋଶ ମୂଳକ ଭାବେ ଗିରଫ କରିବା ଓ ଚିକିତ୍ସିତ ଅବସ୍ଥାରେ ଗୋଡ଼ରେ ବେଡି ପକାଇବା ଘଟଣା । ଏ ଘଟଣାକୁ ଏଆଇଟିୟୁସି (AITUC) ପକ୍ଷରୁ ନିନ୍ଦା କରାଯାଇଛି । ଏହାସହ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବଦଳି ନୁହେଁ ବରଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରାଯାଇଛି ।
ନୀଳଗିରି ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ସେମାନଙ୍କ ଉପରେ ମାମଲା ରୁଜୁ କରାଯିବା । ଏହାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି । ଏହା କରା ନ ଗଲେ ସୋମବାର ଠାରୁ ବିଭିନ୍ନ ଟ୍ରେଡ଼ ୟୁନିଅନ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ