ETV Bharat / state

AIIMS ପିଜି ଏଣ୍ଟ୍ରାନ୍ସରେ ବାଜି ମାରିନେଲେ ବାଲେଶ୍ବର ପୁଅ - declare

କଠିନ ପରିଶ୍ରମ ଅଧ୍ଯ୍ୟାବସାୟ ବଳରେ ସବୁ ଅସମ୍ଭବ ମଧ୍ୟ ସମ୍ଭବ ହୋଇଥାଏ । ଯାହାକୁ ସତ କରି ଦେଖାଇଛନ୍ତି ବାଲେଶ୍ବର ପୁଅ ଡା. ରଞ୍ଜନ କୁମାର ସାହୁ । ସେ ଏମ୍‌ସ୍‌ ପିଜି ଏଣ୍ଟ୍ରାନ୍ସରେ ଓବିସି ବର୍ଗରେ ସର୍ବଭାରତୀୟ ସ୍ଥାନରେ ରାଜ୍ୟରେ 1 ନଂ ମାନ୍ୟତାରେ ରହି ଗୌରବ ଆଣିଛନ୍ତି। ତାଙ୍କ ପିତା ଜଣେ ପୋଷ୍ଟମାଷ୍ଟର ଓ ମା ଜଣେ ଗୃହିଣୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
author img

By

Published : Jun 22, 2019, 12:55 PM IST

ବାଲେଶ୍ବର: ଏମ୍‌ସ୍‌ ପିଜି ଏନ୍‌ଟ୍ରାନ୍ସରେ ବାଜି ମାରିନେଲେ ବାଲେଶ୍ବର ପୁଅ ଡା. ରଞ୍ଜନ କୁମାର ସାହୁ । ସେ ସାଧାରଣ ବର୍ଗରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଓବିସି ବର୍ଗରେ ସର୍ବଭାରତୀୟ ସ୍ତରରେ 1 ନଂ ମାନ୍ୟତା ହାସଲ କରି ଗୌରବ ଆଣିଛନ୍ତି। ତେବେ ତାଙ୍କର ଏହି ସଫଳତା ପାଇଁ ସେ ସର୍ବପ୍ରଥମେ ନିଜ ପିତାମାତା ଓ ପରିବାର ଲୋକଙ୍କୁ ଶ୍ରେୟ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାଥାଉକି, ଗତ ୫ ମେ' ରେ ଦିଲ୍ଲୀ ଏହି ପିଜି ପ୍ରବେଶିକା ପରୀକ୍ଷା ହୋଇଥିଲା। ୧୯ଜୁନ୍‌ରେ ପ୍ରକାଶ ପାଇଥିବା ଫଳାଫଳରେ ରଞ୍ଜନ ପ୍ରଥମ ହୋଇଛନ୍ତି। ଜଳେଶ୍ବର ବ୍ଲକର ସୂର୍ଯ୍ୟମୋହନ ସାହୁ ଓ ମା ରଙ୍ଗଲତା ସାହୁଙ୍କର ସେ ସୁପୁତ୍ର ଅଟନ୍ତି। ବାପା ପୋଷ୍ଟମାଷ୍ଟର ଚାକିରି କରିଥିବା ବେଳେ ମା ଗୃହିଣୀ ଅଟନ୍ତି।

ସେ ସେଣ୍ଟ ଜେମ୍‌ସ କନ୍‌ଭେଣ୍ଟ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ବାଲେଶ୍ବର କେନ୍ଦ୍ର ବିଦ୍ୟାଳୟରେ +୨ କରିଥିଲେ। ପରେ ଭୁବନେଶ୍ବର ଏମ୍ସସ୍‌ରେ ଡାକ୍ତରୀ ଶିକ୍ଷା ପଢିଥିଲେ। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.