ବାଲେଶ୍ଵର: ଜଳେଶ୍ବର ଥାନାରୁ ଜଣେ ଗିରଫ ଅଭିଯୁକ୍ତ ଚମ୍ପଟ ମାରିଥିବା ଜଣାପଡିଛି । ବ୍ରାଉନସୁଗାର କାରବାର ଅଭିଯୋଗରେ ଗତ ୧୮ ତାରିଖରେ ଗିରଫ ହୋଇଥିଲା । ସାହୁଛକ ନିକଟରୁ ବ୍ରାଉନ ସୁଗାର ଚାଲାଣ ବେଳେ ଜଳେଶ୍ବର ପୋଲିସ ମୁକ୍ତାର ନାମକ ବେପାରୀକୁ ଗିରଫ କରିଥିଲା । ମାତ୍ର ବିଳମ୍ବିତ ରାତିରେ ମୁକ୍ତାର ପୋଲିସକୁ ଚକମା ଦେଖାଇ ଚମ୍ପଟ ମାରିଥିଲା। ମୁକ୍ତାର ନାମରେ ପୂର୍ବରୁ ଅନେକ ମାମଲା ଥିବା ଜଣାପଡିଛି । ତେବେ ଏହି ଘଟଣାରେ ଜଳେଶ୍ବର ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।
ଇଟିଭି ଭାରତ, ବାଲେଶ୍ବର