ETV Bharat / state

ମେଡିକାଲ କଲେଜରେ ଆଡମିଶନ ନାଁରେ ଠକିଥିଲେ 3 କୋଟି, 2 ଅଭିଯୁକ୍ତ ଗିରଫ

author img

By

Published : Apr 17, 2023, 7:57 AM IST

ମେଡିକାଲ କଲେଜରେ ଆଡମିଶନ କରାଇଦେବାକୁ କହି 3 କୋଟି ଠକେଇ କରିଥିବା ଅଭିଯୋଗରେ ଦୁଇଜଣ ଠକଙ୍କୁ ଗିରଫ କରିଛି ବାଲେଶ୍ବର ସାଇବର ଥାନା ପୋଲିସ । ଅଧିକ ପଢନ୍ତୁ

Fraud admission in medical college
Fraud admission in medical college

Fraud admission in medical college

ବାଲେଶ୍ବର: ମେଡିକାଲ କଲେଜରେ ଆଡମିଶନ କରାଇ ଦେବା ନାଁରେ ଠକେଇ । କେତେ ବେଳେ ପରୀକ୍ଷାରେ ଅଧିକ ନମ୍ବର କରାଇ ଦେବା ତ ପୁଣି କେତେବେଳେ ସରକାରୀ ଚାକିରି କରାଇ ଦେବା ଆଳରେ ଠକ ମାନେ କୋଟି କୋଟି ଟଙ୍କା ଠକୁ ଥିବାରୁ ବାଲେଶ୍ଵର ପୋଲିସ ଠକମାନଙ୍କୁ ଗିରଫ କରିଛି । ସେମିତି ପୁଣି ମେଡିକାଲ କଲେଜରେ ଆଡମିଶନ କରାଇଦେବାକୁ କହି 3 କୋଟି ଠକେଇ କରିଥିବା ଅଭିଯୋଗରେ 2ଜଣ ଠକଙ୍କୁ ଗିରଫ କରିଛି ବାଲେଶ୍ବର ସାଇବର ଥାନା ପୋଲିସ । ଏଥିସହ ସେମାନଙ୍କ ନିକଟରୁ ଏଣ୍ଡୋଭର କାର , 6 ଟି ଦାମି ମୋବାଇଲ, ଏଟିଏମ୍ କାର୍ଡ, ନକଲି ଆଧାରକାର୍ଡ ଜବତ କରାଯାଇଛି । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲାର ସୁନିଲ ସାମନ୍ତରାୟ ଓ ସୁମିତ ବିଶ୍ବାଳ ବୋଲି ଜଣାପଡିଛି ।

ତେବେ ଗିରଫ ହୋଇଥିବା ଉଭୟେ ବି ଟେକ ଗ୍ରାଜୁଏଟ୍ ହୋଇଥିବା ବେଳେ ଏମାନେ ଭୁବନେଶ୍ୱରରେ ଏକ କନସଲଟାନ୍ସି ଅଫିସ କରି ବିଭିନ୍ନ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀ ଖନ୍ତାପଡାର ଶିକ୍ଷକ ଗୋକୁଳଚନ୍ଦ୍ର ନାୟକ ଝିଅକୁ ମେଡିକାଲ ପାଠ ପଢାଇବାକୁ ଅଭିଯୁକ୍ତ ମାନଙ୍କ ସହିତ ଯୋଗାଯୋଗ କରିଥିଲେ । NEET ପରୀକ୍ଷାରେ 700 ରୁ 131 ନମ୍ବର ରଖିଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାର ଏମକେସିଜି ମେଡିକାଲ କଲେଜରେ ସିଟ୍ କରିଦେବାକୁ 50 ଲକ୍ଷ ଟଙ୍କା ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଅତିକ ଭଳି ଅନେକଙ୍କ ୟୁପି ପୋଲିସ କଷ୍ଟଡିରେ ଯାଇଛି ଜୀବନ, ଜାଣନ୍ତୁ କିଏ ସେହି ମାଫିଆ

ଏହା ମଧ୍ୟ ପଢନ୍ତୁ-IPL 2023 MI vs KKR: ଆୟରଙ୍କ ଶତକ ସତ୍ତ୍ବେ ହାରିଲା କୋଲକାତା, ମୁମ୍ବାଇର ଦ୍ବିତୀୟ ବିଜୟ

ଏନେଇ ଶେଷରେ 28 ଲକ୍ଷ ଟଙ୍କାରେ ଆଡମିସନ କରିଦେବାକୁ ସ୍ଥିର ହୋଇଥିଲା । ୟୁପିଆଇ ଓ ନଗଦ ଟଙ୍କାକୁ ମିଶାଇ ଅଭିଯୁକ୍ତମାନେ 21 ଲକ୍ଷ ଟଙ୍କା ନେଇ ମେଡିକାଲ କଲେଜରେ ଡାକ୍ତରୀ ଆଫରୋନ, ଷ୍ଟେଥୋସ୍କୋପ ଯୋଗାଇ ଦେଇଥିଲେ । ଏହି ଡ୍ରେସ୍ କୋଡ ସହିତ ଛାତ୍ରୀ ଜଣକ 2 ଦିନ କଲେଜ ଯିବା ପରେ ତାଙ୍କର ଆଡ଼ମିଶନ ମିଛ ବୋଲି ଜାଣିପାରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କର 5 ଟି ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ୍ କରିଛି । ସେହିପରି ସେମାନେ 2015 ମସିହାରୁ ଠକେଇ କରୁଥିବା ଏହି ଅଭିଯୁକ୍ତ ମାନଙ୍କ ନାମରେ ଓଡିଶା ଓ ଝାଡଖଣ୍ଡର 12ଟି ଥାନାରେ ଠକେଇ ମାମଲା ରୁଜୁ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.