ETV Bharat / state

ଯୁବକଙ୍କୁ ପିଟିପିଟି ହତ୍ୟା, ଭିଡିଓ ଭାଇରାଲ

author img

By

Published : Mar 29, 2021, 8:00 PM IST

ବାଲେଶ୍ବରରେ ଜଣେ ଯୁବକଙ୍କୁ ଗାଁ ଲୋକ ପିଟିପିଟି ହତ୍ୟା କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ....

ସୋସିଆଲ ମିଡିଆରେ ଘୁରି ବୁଲୁଛି ଯୁବକଙ୍କୁ ପିଟିପିଟି ହତ୍ୟା କରିବାର ଭିଡିଓ

ବାଲେଶ୍ବର: ଜଣେ ଯୁବକଙ୍କୁ ଗାଁ ଲୋକ ପିଟିପିଟି ହତ୍ୟା କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ମୃତ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ବସ୍ତା ଥାନା ଅନ୍ତର୍ଗତ ଉଇଟିକିରି ଗ୍ରାମର ସରୋଜ ଜେନାଙ୍କ ପୁଅ ସ୍ବାଭିମାନ ସାଗରଜ୍ୟୋତି ଓରଫ୍‌ ବଣ୍ଟି । ତାଙ୍କ ବୟସ 21 ବର୍ଷ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ବସ୍ତା ଥାନା ଅଧିନ ଗୁଣ୍ଡୁରିପଦା ଗ୍ରାମର ଦୋଳ ପଡ଼ିଆରେ ଯାତ୍ରା ଚାଲିଥିବା ବେଳେ ସ୍ବାଭିମାନ ସାଗରଜ୍ୟୋତି ଓରଫ୍‌ ବଣ୍ଟି ‌ନିଜ ବାଇକ୍ ଧରି ସେଠାକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୩ ଟା ବେଳେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଏକ ଶ୍ମଶାନ ନିକଟରେ ଫିଙ୍ଗା ଯାଇଥିବା ପରିବାର ଲୋକଙ୍କୁ ଖବର ଆସିଥିଲା। ଘଟଣାସ୍ଥଳରେ ପହଞ୍ଚିବାବେଳକୁ ତାଙ୍କ ହାତଗୋଡ଼ ବନ୍ଧା ହୋଇଥିବା ବେଳେ ମୁଣ୍ଡ ଏବଂ ହାତଗୋଡ଼ରେ ଗଭୀର କ୍ଷତଚିହ୍ନ ଦେଖାଯାଇଥିଲା।

ବଣ୍ଟିଙ୍କୁ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ବସ୍ତା ପୋଲିସ 6 ଜଣଙ୍କୁ ଗିରଫ କରିଥିଲା । ତେବେ ବର୍ତ୍ତମାନ ଏହି ଘଟଣାକୁ ନେଇ ଏକ ଭଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡ଼ିଓରେ ବଣ୍ଟିଙ୍କୁ କିଛି ଲୋକ ବାଡ଼ିରେ ନିର୍ଧୁମ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବଣ୍ଟି ଉକ୍ତ ଗ୍ରାମର ଜଣଙ୍କ ଘରେ ସାଙ୍ଗମାନଙ୍କ ସହ ମିଶି ଚୋରି କରୁଥିବାବେଳେ ଧରାପଡିବା ପରେ ଲୋକମାନେ ତାଙ୍କୁ ମାଡ଼ ମାରିଥିଲେ ବୋଲି ସୂଚନା ମିଳିଛି। ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.