ETV Bharat / state

ମହିଳାଙ୍କୁ ହତ୍ୟା, ପୋଖରୀରୁ ପଥର ବନ୍ଧା ହୋଇଥିବା ମୃତଦେହ ଉଦ୍ଧାର - ପଥର ବନ୍ଧା ହୋଇଥିବା ମହିଳାଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ପାରିବାରିକ କଳହ ନେଲା ସ୍ତ୍ରୀର ଜୀବନ । ପୋଖରୀରୁ ପଥର ବନ୍ଧା ହୋଇଥିବା ମୃତଦେହ ଉଦ୍ଧାର । ସ୍ବାମୀ ଫେରାର । ଅଧିକ ପଢ଼ନ୍ତୁ

ପୋଖରୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ, ହାତ ଗୋଡ଼ରେ ବନ୍ଧା ଥିଲା ଚିପ୍ସ ଅଖା

author img

By

Published : Jul 31, 2022, 6:38 PM IST

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ପାହି ତୋରଣା ପଞ୍ଚାୟତ ଦୋରା ଗ୍ରାମ ପୋଖରୀ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ବେକ ଓ ଗୋଡ଼ରେ ପଥର ବସ୍ତା ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । ମୃତ ମହିଳା ଜଣଙ୍କ ହେଲେ କୁନୁଲତା ନାୟକ । ମୃତ ମହିଳାଙ୍କ ସ୍ବାମୀ କେଉଁଆଡେ ଫେରାର ହୋଇଯାଇଥିବା ଜଣାପଡିଛି ।

ପୋଖରୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ, ହାତ ଗୋଡ଼ରେ ପଥର ବନ୍ଧା ହୋଇଥିଲା

ସୂଚନାନୁସାରେ ଦୋରା ଗ୍ରାମରେ ରହୁଥିବା ଧନେଶ୍ୱର ନାୟକ ଓ ସ୍ତ୍ରୀ କୁନୁଲତାଙ୍କ ମଧ୍ୟରେ କିଛିଦିନ ଧରି କଳହ ଲାଗି ରହିଥିଲା । ଗତ ଦୁଇ ଦିନ ଧରି ଧନେଶ୍ୱର ଘରେ ନରହିବା ଓ ସ୍ତ୍ରୀ କୁନୁଲତାଙ୍କୁ ଗ୍ରାମବାସୀ ମାନେ ନଦେଖିବାରୁ କୁନୁଲତାଙ୍କ ଭାଇଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ । କୁନୁଲତାଙ୍କ ଭାଇ ଆସି ଘରେ ତାଲା ଭାଙ୍ଗି ଦେଖିବା ପରେ କୌଣସି ଖବର ପାଇନଥିଲେ ।

ଏନେଇ କୁନୁଲତାଙ୍କ ଭାଇ ଶନିବାର ସିମୁଳିଆ ଥାନାରେ ଭଉଣୀ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଆଜି ଗ୍ରାମବାସୀ ଗାଁର ମୁଣ୍ଡରେ ଥିବା ଏକ ଛୋଟ ପୋଖରୀରେ କୁନୁଲତା ମୃତଦେହ ଭାସୁଥିବା ଦେଖି ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ଏକ ସିମେଣ୍ଟ ଅଖାରେ ପଥର ରଖି ବେକ ଓ ଗୋଡ଼ ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସ୍ୱାମୀ ଧନେଶ୍ୱର ହତ୍ୟା କରି ଫେରାର ହୋଇଯାଇଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ସିମୁଳିଆ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.