ETV Bharat / state

ସେରୋ ସର୍ଭେ ପାଇଁ ବାଲେଶ୍ଵରରେ ପାଞ୍ଚ ଜଣିଆ ଟିମ୍‌ - ବାଲେଶ୍ଵର ଖବର

ବାଲେଶ୍ଵରରେ ସେରୋ ସର୍ଭେ ଟିମ । ଅଗଷ୍ଟ ୩୧ ଠାରୁ ଆରମ୍ଭ ହୋଇ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ସେରୋ ସର୍ଭେ ପାଇଁ ବାଲେଶ୍ଵରରେ ପାଞ୍ଚ ଜଣିଆ ଟିମ

author img

By

Published : Sep 1, 2021, 7:30 AM IST

ବାଲେଶ୍ଵର: ଜିଲ୍ଲାରେ ସେରୋ ସର୍ଭେ ପାଇଁ ଭୁବନେଶ୍ୱର ଆରଏମଆରସିରୁ ଏକ ପାଞ୍ଚ ଜଣିଆ ଟିମ ପହଞ୍ଚିଛନ୍ତି । ଏହି ସର୍ଭେ ଅଗଷ୍ଟ ୩୧ ଠାରୁ ଆରମ୍ଭ ହୋଇ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ସର୍ଭେ ଟିମ ୫୦୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିବ । ପ୍ରଥମ ୧୦୦ଟି ରକ୍ତନମୁନା ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ସଂଗ୍ରହ ହେବାକୁ ଥିବା ବେଳେ ୪୦୦ଟି ନମୁନା ବିଭିନ୍ନ ସ୍ଥାନରୁ ସଂଗ୍ରହ କରିବେ। ଏଥିପାଇଁ ୧୦ଟି କ୍ଲଷ୍ଟରକୁ ଚିହ୍ନଟ କରାଯାଇଛି ।

ସେରୋ ସର୍ଭେ ପାଇଁ ବାଲେଶ୍ଵରରେ ପାଞ୍ଚ ଜଣିଆ ଟିମ

ପ୍ରଥମ ଦିନରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ପାରା ମେଡିକାଲ ଷ୍ଟାଫ୍, ସିକ୍ୟୁରିଟି ଏବଂ ସାନିଟାଇଜେସନ୍ ଷ୍ଟାଫଙ୍କୁ ଦେବା ପାଇଁ ସ୍ଥିର ହୋଇଛି । ସେହିପରି କୋଭିଡରେ ଆକ୍ରାନ୍ତ ବ୍ୟକ୍ତି ଓ ନ ହୋଇଥିବା ବ୍ୟକ୍ତିଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯିବ। ଏହାସହ ୧୦ ବର୍ଷରୁ ଊର୍ଦ୍ଧ୍ଵ ପିଲାଙ୍କ ସହ ବୟସ୍କଙ୍କ ଠାରୁ ମଧ୍ୟ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.