ETV Bharat / state

ଦୃଷ୍ଟିବାଧିତ ଜ୍ୟୋତିର୍ମୟଙ୍କ ଯାଦୁଭରା କଣ୍ଠରେ ଆବିର୍ଭାବ ବୀଣାପାଣି - belesore

ଭଗବାନ ସିନା ଏ ସୁନ୍ଦର ଦୁନିଆ ଦେଖିବାକୁ ଆଖି ଦେଇନାହାନ୍ତି ହେଲେ ଏମିତି କଣ୍ଠ ସ୍ୱର ଦେଇଛନ୍ତି ଯାହାକୁ ଶୁଣିଲେ ଯେ କେହିବି ମୁଗ୍ଧ ହୋଇଯିବ। ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଗୁହାଳିପଦା ଗ୍ରାମର ଜ୍ୟୋତିର୍ମୟ ଦଳେଇଙ୍କ କଥା । ଅଧିକ ପଢନ୍ତୁ...

ଜନ୍ମରୁ ଦୃଷ୍ଟିହୀନ ଜ୍ୟୋତିର୍ମୟ ଦଳେଇ
ଜନ୍ମରୁ ଦୃଷ୍ଟିହୀନ ଜ୍ୟୋତିର୍ମୟ ଦଳେଇ
author img

By

Published : Jan 20, 2021, 2:30 PM IST

Updated : Jan 20, 2021, 7:57 PM IST

ବାଲେଶ୍ୱର: ଆଖି ନାହିଁ ସତ, ହେଲେ ତାଙ୍କ ସୁରିଲା କଣ୍ଠ ସମସ୍ତଙ୍କୁ ମୋହିତ କରୁଛି । ଭଗବାନ ସିନା ଏ ସୁନ୍ଦର ଦୁନିଆ ଦେଖିବାକୁ ଆଖି ଦେଇନାହାନ୍ତି ହେଲେ ଏମିତି କଣ୍ଠ ସ୍ୱର ଦେଇଛନ୍ତି ଯାହାକୁ ଶୁଣିଲେ ଯେ କେହିବି ମୁଗ୍ଧ ହୋଇଯିବ। ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି ସେ, ମାତ୍ର ଜୀବନ ଯୁଦ୍ଧରେ ହାରି ନାହାନ୍ତି । ବିନା ସଙ୍ଗୀତ ଶିକ୍ଷାରେ ସେ ଅତି ସୁନ୍ଦର ଭାବେ ସଙ୍ଗୀତ ପରିବେଷଣ କରୁଛନ୍ତି । ତାଙ୍କ କଣ୍ଠ ସ୍ୱରରେ ସତେ ଯେମିତି ମା ବୀଣାପାଣି ଭରି ଦେଇଛନ୍ତି ଯାଦୁ । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଗୁହାଳିପଦା ଗ୍ରାମର ଜ୍ୟୋତିର୍ମୟ ଦଳେଇଙ୍କ କଥା ।

ଆଖିକୁ ସିନା ଦେଖାଯାଉନି ହେଲେ କଣ୍ଠ ତାଙ୍କର ଯାଦୁଭରା

ଭାନୁଚରଣ ଓ ରେବତୀଙ୍କ ପୁଅ ଜ୍ୟୋତିର୍ମୟ ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି । ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ପରିବାର ଚଳାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହେଉଛି। ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ବି ନାହିଁ । ଆର୍ଥିକ ସ୍ଥିତି ଭଲ ନଥିବାରୁ ପୁଅକୁ ମାଟ୍ରିକ ପରେ ଆଉ ପଢ଼ାଇ ପାରି ନଥିଲେ ଅକ୍ଷମ ଭାନୁଚରଣ। ଏହାରି ଭିତରେ ପିଲା ଦିନରୁ ଜ୍ୟୋତିର୍ମୟଙ୍କ ସଙ୍ଗୀତ ପ୍ରତି ଥିଲା ଅହେତୁକ ଦୁର୍ବଳତା ।

ଆଜି କିନ୍ତୁ ତାଙ୍କର ଏହି ଦୁର୍ବଳତା ତାଙ୍କୁ ଦେଇଛି ଏକ ନୂତନ ପରିଚୟ। ମୋବାଇଲ ଓ ଟିଭିରୁ ଗୀତ ଶୁଣି ଜ୍ୟୋତିର୍ମୟ ଗୀତ ଗାଇବା ଆରମ୍ଭ କରିଥିଲେ। ସଙ୍ଗୀତ ଶିଖିବା ପାଇଁ ସେ କୌଣସି ଗୁରୁଙ୍କ ପାଖକୁ ଯାଇ ନାହାନ୍ତି ସତ ହେଲେ ତାଙ୍କ ସଙ୍ଗୀତ ସମସ୍ତଙ୍କୁ ବିମୋହିତ କରୁଛି। ଜ୍ୟୋତିର୍ମୟ ଓଡ଼ିଆ ଓ ହିନ୍ଦୀରେ ସଙ୍ଗୀତ ଗାଇ ପାରୁଛନ୍ତି। ଖାଲି ସେତିକି ନୁହେଁ ସଙ୍ଗୀତ ଗାଇବା ସହ ଜ୍ୟୋତିର୍ମୟ କ୍ୟାସିଓ ମଧ୍ୟ ବେଶ ଭଲଭାବେ ବଜାଇ ପାରୁଛନ୍ତି। ଏବେ ଜ୍ୟୋତିର୍ମୟଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଖୋଜା ପଡୁଛି। ତାଙ୍କ ସଙ୍ଗୀତ ଯାଦୁରେ ସେ ଶ୍ରୋତାମାନଙ୍କୁ ବାନ୍ଧି ରଖନ୍ତି। ତେବେ ଏ ଗରିବ ଦୃଷ୍ଟିହୀନ ଜ୍ୟୋତିର୍ମୟଙ୍କ ପ୍ରତି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ପକ୍ଷରୁ ସହାୟତାର ଆବଶ୍ୟକତା ରହିଛି । ତାଙ୍କୁ ସହାୟତା ପ୍ରଦାନ କରି ଗୁଣକୁ ନିଖୁଣ କରାଇ ପାରିଲେ ସେ ନିଶ୍ଚୟ ଜଣେ ପ୍ରତିଷ୍ଠିତ ଗାୟକ ଭାବେ ପରିଚିତ ହୋଇ ପାରିବେ ଏଥିରେ ସନ୍ଦେହ ନାହିଁ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jan 20, 2021, 7:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.