ETV Bharat / state

ସ୍ନୋ ଫେଷ୍ଟରେ ଲାଗିଲା ଓଲିଉଡ ତଡକା - state-level event organise

ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।

ଉଦଘାଟନ ହେଲେ ସ୍ନୋ ଫେଷ୍ଟ
ଉଦଘାଟନ ହେଲେ ସ୍ନୋ ଫେଷ୍ଟ
author img

By

Published : Feb 23, 2021, 7:58 PM IST

ବାଲେଶ୍ବର: ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ ସ୍ନୋ ଫେଷ୍ଟରେ ଲାଗିଲା ଓଲିଉଡ ତଡକା। ବାଲେଶ୍ବରର ଅନ୍ୟତମ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।

ପୂର୍ବତନ କାଉନସିଲର ରଞ୍ଜିତା ମହାପାତ୍ର, ବି. ସି. ଟି ଇଂଞ୍ଜିନିୟରିଙ୍ଗ କଲେଜର ଯୁଗ୍ମ ନିର୍ଦ୍ଦେଶକ ଡ଼.ଶ୍ରୀମାନ ଶ୍ରୀଚନ୍ଦନ, ଯୁଗ୍ମ ସଙ୍ଗଠକ ଅସିତ ଦାସ, ସାମାଜିକ କର୍ମୀ ପ୍ରଶାନ୍ତ ପଟେଲ, ଭାଗବତ ସାହୁ, ସତ୍ୟ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସ୍ନୋ ଫେଷ୍ଟର ସଭାପତି ଶୁଭମ ସାଇ ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଉତ୍ସବରେ ଜୁନିଅର, ସବ ଜୁନିଅର, ସିନିଅର ବର୍ଗରେ ଚିତ୍ରକଳା, ସଙ୍ଗୀତ, ନୃତ୍ୟ, କୌତୁକିଆ ପୋଷାକ ପ୍ରଭୃତି ପ୍ରତିଯୋଗିତା ହୋଇଥିଲା l

ତେବେ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ମିଷ୍ଟର ଏବଂ ମିସ ଓଡିଶା ପ୍ରତିଯୋଗିତାରେ ପବିତ୍ର ମୋହନ ଦାସ ଏବଂ ସ୍ଵାତିକା ପାଢ଼ୀ ବିଜୟୀ ହୋଇଥିଲେ। ଏଥିରେ ଓଲିଉଡ଼ ସଂଗୀତଜ୍ଞ କୁଲଦୀପ ପଟ୍ଟନାୟକ ଏବଂ ଅନନ୍ୟାଙ୍କ ସଙ୍ଗୀତରେ ଦର୍ଶକ ଝୁମି ଉଠିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.