ETV Bharat / state

ଅଧାରେ ରହିଲା ଭାତ ଖିଆ, ବାପାକୁ ହାଣି ମାରିଲା ପୁଅ - son kill his father

ପୁଅର ଭୁଜାଲି ପ୍ରହାରରେ ଜୟକୃଷ୍ଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ପ୍ରାଣ ହରାଇ ଥିବାବେଳେ ନିର୍ଦ୍ଦୟ ପୁଅ କିନ୍ତୁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର
author img

By

Published : Jul 21, 2019, 10:04 AM IST

ବାଲେଶ୍ୱର: ମଦ ପାଇଁ ପୁଅ ଭୁଲିଗଲା ରକ୍ତ ସମ୍ପର୍କ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ପୁଅର ଭୁଜାଲି ଚୋଟରେ ବାପାର ମୃତ୍ୟୁ ହୋଇଥିବା ଜଣାପଡିଛି । ବାପା ଜୟକୃଷ୍ଣ ରାତିରେ ଭାତ ଖାଇବାକୁ ବସିଥିବାବେଳେ ପୁଅ ତାଙ୍କ ଉପରେ ଆକ୍ରମଣ କରିଥିଲା ।

ସୂଚନା ଅନୁସାରେ, ସୋର ଥାନା ତେଣ୍ଟେଇ କୁସୁନିପୁର ଗ୍ରାମର ଜୟକୃଷ୍ଣଙ୍କ ପୁଅ ଶରତ ବେଆଇନ ଭାବେ ମଦ କାରବାର କରୁଥିଲା । ଏହାକୁ ବାପା ଜୟକୃଷ୍ଣ ବିରୋଧ କରିବାରୁ ବାପ-ପୁଅଙ୍କ ମଧ୍ୟରେ କଳହ ଲାଗି ରହୁଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର

ଶନିବାର ରାତିରେ ଜୟକୃଷ୍ଣ ଘରେ ଖାଇବାକୁ ବସିଥିଲେ । ଅଧା ଭାତ ଖାଇଥିବା ଅବସ୍ଥାରେ ନିଶାରେ ଚୁର ହୋଇ ପୁଅ ଶରତ ଘରକୁ ଆସିଥିଲା । ଯାହାକୁ ଦେଖି ଜୟକୃଷ୍ଣ ବିରୋଧ କରିବାରୁ ପୁଅ ରାଗି ଯାଇ ଏକ ଧାରୁଆ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲା ।

ପୁଅର ଭୁଜାଲି ପ୍ରହାରରେ ଜୟକୃଷ୍ଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ପ୍ରାଣ ହରାଇ ଥିବାବେଳେ ନିର୍ଦ୍ଦୟ ପୁଅ କିନ୍ତୁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଏନେଇ ଖୋଳତାଳ ଆରମ୍ଭ କରିଛି ।

ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୁଅର ଭୁଜାଲି ଚୋଟରେ ବାପାର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ସୋର ଥାନା ତେଣ୍ଟେଇ କୁସୁନିପୁର ଗ୍ରାମର ଜୟକୃଷ୍ଣଙ୍କ ପୁଅ ଶରତ ବେଆଇନ ଭାବେ ମଦ କାରବାର କରୁଥିଲେ। ଏହାକୁ ବାପା ଜୟକୃଷ୍ଣ ବିରୋଧ କରି ଆସୁଥିଲେ। ପୁଅର ଏମିତି କାରବାରକୁ ନେଇ ବାପା ଓ ପୁଅ ଭିତରେ ଅଧିକାଂଶ ସମୟରେ ଝଗଡା ହେଉଥିଲା। ଆଜି ଜୟକୃଷ୍ଣ ରାତିରେ ନିଜ ଘରେ ଖାଇବାକୁ ବସିଥିଲେ। ଅଧା ଭାତ ଖାଉଥିବା ବେଳେ ନିଶାରେ ଚୁର ହୋଇ ପୁଅ ଶରତ ବାପା ଜୟକୃଷ୍ଣଙ୍କୁ ଏକ ଧାରୁଆ ଭୁଜାଲିରେ ଆକ୍ରମଣ କରିଥିଲେ। ଭୁଜାଲି ପ୍ରହାରରେ ଛଟପଟ ହୋଇ ଜୟକୃଷ୍ଣ ପ୍ରାଣ ହରାଇଥିବା ବେଳେ ଶରତ ଫେରାର ଥିବା ଜଣାପଡିଛି। ତେବେ ମଦ ବେପାରକୁ ନେଇ ଜଣେ ନିରୀହ ଜୀବନ ଟଳି ପଡିଥିବା ବେଳେ ଉକ୍ତ ଅଞ୍ଚଳରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.