ETV Bharat / state

ମୁମ୍ବାଇରୁ ଚୋରି, ସୋରରୁ ଗିରଫ - thief

ମୁମ୍ବାଇରୁ ଅଳଙ୍କାର ଚୋରାଇ ଆଣିଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରୁ ପୋଲିସ ଏହି ଯୁବକଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର
author img

By

Published : Apr 16, 2019, 10:24 PM IST

ବାଲେଶ୍ୱର: ମୁମ୍ବାଇରୁ ସଫଳତା ପୂର୍ବକ ଚୋରି କରି ଆଣିଥିଲେ । ହେଲେ ଚୋରା ଜିନିଷକୁ ଲୁଚାଇ ରଖିବାରେ ବିଫଳ ହୋଇଥିଲେ । ମୁମ୍ବାଇରୁ ଅଳଙ୍କାର ଚୋରାଇ ଆଣିଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରୁ ପୋଲିସ ଏହି ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ସୂଚନା ମୁତାବକ, ଖଇରା ଥାନା ଅନ୍ତର୍ଗତ ଗଣ୍ଡୁଆ ଗ୍ରାମର ଲକ୍ଷ୍ମଣ ମଲ୍ଲିକଙ୍କ ପୁଅ ମାନସ ମଲ୍ଲିକ ମୁମ୍ବାଇର ଦାଦର ଅଞ୍ଚଳରେ ରହୁଥିବା ନିଜ ଭାଇଙ୍କ ଘରେ କାମ କରୁଥିଲେ। ଧୀରେଧୀରେ ପରିବାର ଲୋକଙ୍କ ବିଶ୍ୱାସ ଜିତିବା ପରେ ମାନସ ଚତୁରତାର ସହ ସୁନା, ରୂପା ଗହଣା ଚୋରି କରି ଗାଁକୁ ଫେରି ଆସିଥିଲେ । ତେବେ ଚୋରା ଅଳଙ୍କାରର ଆନୁମାନିକ ଓଜନ 1କେଜି ବୋଲି କୁହାଯାଉଛି।

ସେପଟେ ଏନେଇ ମୁମ୍ବାଇ ପୋଲିସ ମାନସଙ୍କ ଗତିବିଧି ଉପରେ ନଜର ରଖିଥିଲା। ସେ ସୋର ଅଞ୍ଚଳରେ ଥିବା ମୁମ୍ବାଇ ପୋଲିସ ଜାଣିବାକୁ ପାଇଥିଲେ ଏବଂ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ତେବେ ମାନସକୁ ସୋର କୋର୍ଟରେ ହାଜର କରାଯାଇଥିବା ଜଣାପଡିଛି।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

'ଲୋକଙ୍କ ସମର୍ଥନ ପାଇ ବିଜୟୀ ହେବି'

ଭୁବନେଶ୍ବର: ଚଳିତ ବର୍ଷର ନିର୍ବାଚନରେ ଚାଲିଛି ଜୋରଦାର ଲଢେଇ। ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏବେ ରଣାଙ୍ଗନରେ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆସନ୍ତା 18 ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତିର ପାହାଡ ଠିଆ କରୁଛନ୍ତି ପ୍ରାର୍ଥୀ। କେଉଁ ମୁଦ୍ଦା ନେଇ ଜନତାଙ୍କ ମନ ଜିଣିବେ ସେ ନେଇ ଚାଲିଛି ଜୋରଦାର ପ୍ରଚେଷ୍ଟା।

ତେବେ ଏହି କ୍ରମରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସଞ୍ଜୀବ କୁମାର ରାୟ।

ଗତଥର ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବା ଜଗନ୍ନାଥ ପ୍ରଧାନ ଚଳିତ ଥର ଜନସାଧାରଣଙ୍କ ଆଶୀର୍ବାଦ ଲୋଡିଛନ୍ତି। ଏହାସହ ରାଜ୍ୟରେ ସରକାର ବଦଳିବା ଦରକାର ଓ ଡବଲ ଇଞ୍ଜିନ ସରକାରର ଆହ୍ବାନ ଦେଇଛନ୍ତି ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.